ହୁ ହୁ ହୋଇ ଜଳୁଛି ବେଗୁନିଆ କାଜୁ ଜଙ୍ଗଲ, ଲକ୍ଷ ଲକ୍ଷ ଟଙ୍କାର କାଜୁ ଗଛ ନଷ୍ଟ
ବେଗୁନିଆ: ହୁ ହୁ ହୋଇ ଜଳୁଛି ବେଗୁନିଆ କାଜୁ ଜଙ୍ଗଲ । ନିଆଁର ଆଁରେ ଜଳି ପୋଡି ପାଉଁଶ ହୋଇ ଗଲାଣି ଶହଶହ କାଜୁ ଗଛ । କାଜୁ ଗଛରେ ଫୁଲ ଫଳ ଆସିବା ସମୟରେ ଏପରି ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷ ଲକ୍ଷ ଟଙ୍କା ନଷ୍ଟ ହୋଇଛି । ତେଣେ ନିଆଁର ପ୍ରକୋପରେ ଆଖପାଖ ଗାଁ ଗଣ୍ଡାରେ ଲୋକଙ୍କ ରହିବା ବି ମୁସ୍କିଲ ।
ବେଗୁନିଆରେ ପ୍ରାୟ ୪ ଶହ ହେକ୍ଟରରୁ ଉର୍ଦ୍ଧ୍ଵ କାଜୁ ଜଙ୍ଗଲ ଥିବାବେଳେ କର୍ମଚାରୀ ଅଭାବ ଯୋଗୁଁ କାଜୁ ଜଙ୍ଗଲର ରକ୍ଷଣାବେକ୍ଷଣ ଏବଂ ଗଛ ମୂଳରୁ ପତ୍ର ଅଳିଆ ସଫା ହେଉନାହିଁ । ନିଆଁ ଲାଗିଲେ ଜଙ୍ଗଲ ସାରା ବ୍ୟାପି ଜନବସତି ମୁହାଁ ହେଉଛି ।