ପିରିୟଡ୍ସ ବେଳେ ପ୍ୟାଡ୍‌ର ବ୍ୟବହାର ଛଡ଼ାଇନିଏ ମା’ ହେବାର ସୁଖ, ଜାଣନ୍ତୁ ଏହାକୁ ବ୍ୟବହାର କରିବାର ସଠିକ୍‌ ଉପାୟ

ମାସିକ ଧର୍ମ ବେଳେ ମହିଳାମାନେ ସାଧାରଣତଃ ସାନିଟାରୀ ପ୍ୟାଡ୍‌ ଉପରେ ନିର୍ଭର କରିଥାନ୍ତି। ଏହା ମହିଳାଙ୍କୁ ବହୁତ ସାହାଯ୍ୟ କରେ। ଏଣୁ ପ୍ରତ୍ୟେକ ମହିଳାଙ୍କ ପ୍ରଥମ ପସନ୍ଦ ହେଉଛି ସାନିଟାରୀ ନାପକିନ୍‌। କିନ୍ତୁ ଅସୁବିଧା ଦିନରେ କାମରେ ଆସୁଥିବା ପ୍ୟାଡ୍‌ ସତରେ କ’ଣ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ। କିଛି ଏକ୍ସପର୍ଟଙ୍କ କହିବାନୁସାରେ, ପ୍ୟାଡ୍‌ ମହିଳାଙ୍କ ଠାରୁ ମା’ ହେବାର ସୁଖ ଛଡ଼ାଇ ନେଇଥାଏ। ତେବେ ଆସନ୍ତୁ ଜାଣିବା ସତରେ କ’ଣ ସାନିଟାରୀ ପ୍ୟାଡ୍‌ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ ଓ ଏହାକୁ କିଭଳି ଭାବେ ଠିକ୍‌ ଭାବେ ବ୍ୟବହାର କରିବା ଉଚିତ୍‌…

ସାନିଟାରୀ ପ୍ୟାଡ୍‌ର ବ୍ୟବହାରକୁ ସୁରକ୍ଷିତ କୁହାଯାଉଥିଲେ ମଧ୍ୟ କେତେକ ରିସର୍ଚ୍ଚରେ ଏହା ଦ୍ୱାରା ଯୌନାଙ୍ଗରେ କ୍ୟାନ୍‌ସର ହୋଇପାରେ ବୋଲି କୁହାଯାଉଛି। ଦୀର୍ଘ ସମୟ ଧରି ବ୍ଲିଡିଂ ରୋକିବାର କ୍ଷମତା ବଢ଼ାଇବା ପାଇଁ ପ୍ୟାଡ୍‌ରେ ଡାଇଅକ୍ସିନ୍‌ ଓ ସୁପର ଅବଜରଭେଟ୍‌ ପଲିମର ଭଳି ଏଜେଣ୍ଟ ବ୍ୟବହାର କରାଯାଇଥାଏ, ଯାହା କ୍ୟାନ୍‌ସରର କାରକ। ଏଣୁ ପ୍ରତି ୩-୪ ଘଣ୍ଟା ମଧ୍ୟରେ ପ୍ୟାଡ୍‌ ବଦଳାଇବା ଜରୁରୀ।

ଅଧିକାଂଶ ପ୍ୟାଡ୍‌ରେ ରକ୍ତର ଗନ୍ଧକୁ ନିୟନ୍ତ୍ରିତ କରିବା ପାଇଁ ଡିଓଡ୍ରାଣ୍ଟ କିମ୍ବା ନ୍ୟୁଟ୍ରଲାଇଜର ମିଶାଯାଇଥାଏ। ଏହା ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇଥାଏ। ଆର୍ଟିଫିସିଆଲ ପରଫ୍ୟୁମ୍‌ର ବ୍ୟବହାର ଜନ୍ମଦୋଷ ଓ ଭ୍ରୁଣର ବିକାଶ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ତ୍ୱଚାରେ ଜ୍ୱଳନ ସୃଷ୍ଟି କରିବା ବ୍ୟତୀତ ଏହା ଭାଜାଇନଲ ୟିଷ୍ଟ ଇନ୍‌ଫେକସନ୍‌ ଓ ଅନ୍ୟ ସଂକ୍ରମଣର ଆଶଙ୍କାକୁ ମଧ୍ୟ ବଢ଼ାଇଥାଏ।

ଏଣୁ ପିରିୟଡ୍ସ ବେଳେ ପ୍ରାଇଭେଟ୍‌ ପାର୍ଟକୁ ଶୁଖିଲା ରଖନ୍ତୁ। ପ୍ରତି ୪-୫ ଘଣ୍ଟାରେ ପ୍ୟାଡ୍‌ ବଦଳାନ୍ତୁ। ପରିସ୍ରା ସଂକ୍ରମଣ ରୋକିବା ପାଇଁ ପିରିୟଡ୍‌ସ ବେଳେ ପର୍ଯ୍ୟାପ୍ତ ପାଣି ପିଅନ୍ତୁ। ଅଣ୍ଡରେଓ୍ଵୟାରକୁ ନିୟମିତ ସଫା କରନ୍ତୁ ଓ ଖରାରେ ଶୁଖାନ୍ତୁ।