Below header

ଦେବଗଡ଼ ଓ ନୂଆପଡ଼ା ଜିଲ୍ଲାରେ ଭାରତ ବନ୍ଦର ପ୍ରଭାବ: ରାଜରାସ୍ତାକୁ ଓହ୍ଲାଇଛନ୍ତି ଆନ୍ଦୋଳନକାରୀ, ବଜାର ଓ ଗାଡିଚଳାଚଳ ସମ୍ପୂର୍ଣ୍ଣ ବନ୍ଦ

ଦେବଗଡ଼/ନୂଆପଡ଼ା : ଦେବଗଡ଼ ଓ ନୂଆପଡ଼ା ଜିଲ୍ଲାରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଦେବଗଡ଼ ଜିଲ୍ଲାର କୃଷକ ସଂଘର କର୍ମକର୍ତ୍ତା ଓ କଂଗ୍ରେସ କର୍ମୀ ମିଳିତ ଭାବେ ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ। ଦେବଗଡ଼ରେ ଦୋକାନ ବଜାର ଓ ଗାଡିଚଳାଚଳ ବନ୍ଦ ରହିଛି। ଦିନ ୧୦ଟାରେ ପିକେଟିଂ କରି ବ୍ୟାଙ୍କ ଓ ପୋଷ୍ଟଅଫିସଗୁଡିକ ମଧ୍ୟ ବନ୍ଦ କରିଥିଲେ କଂଗ୍ରେସ କର୍ମୀ। ଦେବଗଡ଼ ସହ ରିଆମାଳ, ତିଲେବଣୀ, ବାରକୋଟ ଆଦି ବ୍ଲକରେ ମଧ୍ୟ ବନ୍ଦର ପ୍ରଭାବ ପଡିଛି।

ସେହିପରି ନୂଆପଡ଼ା ଜିଲ୍ଲାର ଖଡିଆଳ, କୋମନା, ନୂଆପଡ଼ା, ସିନାପଲି ଓ ବୋଡେନଠାରେ ବିଭିନ୍ନ ଚାଷୀ ସଂଗଠନ କର୍ମକର୍ତ୍ତା ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି। ଜିଲ୍ଲାରେ ଥିବା ୩୫୩ ଜାତୀୟ ରାଜପଥ ସମେତ ଜିଲ୍ଲାର ସମସ୍ତ ରାସ୍ତାରେ ବସ ଓ ଚାରିଚକିଆ ଗାଡିଗୁଡିକର ଚଳାଚଳ ବନ୍ଦ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.