ସାଧାରଣ ଜନତାଙ୍କୁ ବଡ ଝଟକା! ମହଙ୍ଗା ହେଲା କ୍ଷୀର, ଚିନି ଏବଂ ଚା’ପତି, ଜାଣନ୍ତୁ କେତେ ରହିଛି ଦର

ସାଧାରଣ ଲୋକଙ୍କ ରୋଷେଇ ଘରେ କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ପନିପରିବା ଏବଂ ଡାଲି ଦର ବୃଦ୍ଧି ପରେ ଏବେ ଚିନି, କ୍ଷୀର ଏବଂ ଚା’ପତିରେ ମୂଲ୍ୟ ବୃଦ୍ଧି ଘଟିଛି। ସୂଚନା ମୁତାବକ ମନ୍ତ୍ରାଳୟର େଓ୍ଵବସାଇଟ୍‌ ରେ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ନଭେମ୍ବର ୩୦ ରେ ଦେଶର ଖୁଚୁରା ବଜାରରେ ଚିନିର ହାରାହାରି ମୂଲ୍ୟ କିଲୋଗ୍ରାମ ୩୯.୬୮ ଟଙ୍କା ଥିଲା, ଯାହା ଡିସେମ୍ବର ୭ ରେ ବୃଦ୍ଧି ପାଇ ୪୩ଟଙ୍କା ୩୮ ପଇସା ହୋଇଛି। ଏହାବ୍ୟତୀତ ଖୋଲା ଚା’ ଦରରେ ପ୍ରାୟ ୧୧.୫୭ ପ୍ରତିଶତ ବୃଦ୍ଧି ଘଟିଛି। ଚା’ପତିର ମୂଲ୍ୟ ୨୩୮.୪୨ ଟଙ୍କା ବୃଦ୍ଧି ପାଇ ୨୬୬ଟଙ୍କାରେ ପହଞ୍ଚିଛି। ଏହା ବ୍ୟତୀତ କ୍ଷୀରର ମୂଲ୍ୟ ମଧ୍ୟ ପ୍ରାୟ ୭ ପ୍ରତିଶତ ବୃଦ୍ଧି ପାଇଛି। କ୍ଷୀର ଦର ଲିଟର ପିଛା ୪୬ ଟଙ୍କା ୭୪ ପଇସା ଥିବା ବେଳେ ବର୍ତ୍ତମାନ ତାହା ଲିଟର ପିଛା ୫୦ ଟଙ୍କା ହୋଇଛି।

sugar-teaତେଲ ମୂଲ୍ୟରେ ହ୍ରାସ ଘଟିଛି

ଏସବୁ ବ୍ୟତୀତ ବର୍ତ୍ତମାନ ଖାଦ୍ୟ ତେଲ ହ୍ରାସ ଘଟିଥିବା ଜଣାପଡିଛି। ସୂଚନା ମୁତାବକ ଖଜୁରୀ ତେଲର ଦର ୧୦୨ ଟଙ୍କା ଥିବା ବେଳେ ଏବେ ୯୨ ଟଙ୍କା ହୋଇଛି। ସେହିଭଳି ସୂର୍ଯ୍ୟମୁଖୀ ତେଲର ଦର ୧୨୪ ଟଙ୍କା ଥିବା ବେଳେ ଏବେ ତାହା ୧୨୩ ଟଙ୍କା ହୋଇଛି। ବାଦାମ ତେଲ ମଧ୍ୟ ଲିଟର ପିଛା ୧୫୬ ରୁ ୧୪୫ ଏବଂ ସୋରିଷ ତେଲ ମଧ୍ୟ ୧୩୫ ଟଙ୍କା ୧୩୨ ଟଙ୍କା ହୋଇଛି। ସେହିଭଳି ସୋୟା ତେଲରେ ୬ ପ୍ରତିଶତ ବୃଦ୍ଧି ଘଟିଛି।

milk priceଶସ୍ତା ହେଲା ଅଟା-ଚାଉଳ ଏବଂ ଗହମ

ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ସାଧାରଣ ଜନତାଙ୍କ ପାଇଁ ଗହମ, ଚାଉଳ ଏବଂ ଅଟା ଦରରେ ହ୍ରାସ କରାଯାଇଛି। ସୂଚନା ମୁତାବକ ଗହମ ଦରରେ ପାଖାପଖି ୧୯.୪୫ ପ୍ରତିଶତ ହ୍ରାସ ଘଟିଛି। ବର୍ତ୍ତମାନ ଗହମ ମୂଲ୍ୟ ୨୯ ଟଙ୍କାରୁ ହ୍ରାସ ଘଟି ୨୪ଟଙ୍କାରେ ପହଞ୍ଚିଛି। ଏହାବ୍ୟତୀତ ଖୁଚୁରା ବଜାରରେ ଅଟା ଦର ୩୨ ଟଙ୍କାରୁ ହ୍ରାସ ଘଟି ୨୮ ଟଙ୍କାରେ ପହଞ୍ଚିଛି। ସେହିଭଳି ଚାଉଳ, ଚଣା ଏବଂ ହରଡ ଡାଲିରେ ମଧ୍ୟ ହ୍ରାସ ଘଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.