ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ, ଚଳିତ ବର୍ଷ ଅଧିକ ସଂଖ୍ୟକ କୁମ୍ଭୀର ଦେଖିବେ ପର୍ଯ୍ୟଟକ

ରାଜନଗର (କେନ୍ୟୁଜ): ବିଶ୍ଵ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଆଜିଠୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଲା । କୁମ୍ଭୀର ଗଣନା ପାଇଁ ଗତ ୪ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିଥିଲା । ଆଜି ସକାଳ ୭ଟା ବେଳେ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିଛି। ଏହାକୁ ନେଇ ପର୍ଯ୍ୟଟକଙ୍କ ମହଲରେ ଖୁସି ଦେଖିବାକୁ ମିଳିଛି। ଏଥର ସେମାନେ ଅଧିକସଂଖ୍ୟକ କୁମ୍ଭୀର ଦେଖିବାକୁ ପାଇବେ ପର୍ଯ୍ୟଟକ।

ଚଳିତବର୍ଷ ଭିତରକନିକା ନଦୀ ନାଳରେ କରାଯାଇଥିବା କୁମ୍ଭୀର ଗଣନା ଅନୁଯାୟୀ ଭିତରକନିକା ରେ ୧୭୯୩ଟି କୁମ୍ଭୀର ଗଣନା କରାଯାଇଛି । ଚଳିତବର୍ଷ ଭିତରକନିକାରେ କନିକା ରେଞ୍ଜ୍‌ର ପାଟ୍ଟଶାଳା ମାଉଥ୍‌ରୁ ଏଫଆରଏଚ ଜେଠି ମଧ୍ୟରେ ୨ଟି, ଏଫଆରଏଚ ଜେଠିରୁ ଖୋଳା ମାଉଥ ମଧ୍ୟରେ ଗୋଟିଏ, ଗୁପ୍ତିରୁ ହଂସିଣା ମଧ୍ୟରେ ଗୋଟିଏ ୨୦ଫୁଟରୁ ଅଧିକ ଲମ୍ବର ବଉଳା କୁମ୍ଭୀରକୁ ବନବିଭାଗ ଗଣନା ଟିମ୍ ଠାବ କରିଛି। ଏହି କୁମ୍ଭୀରମାନଙ୍କ ବୟସ ୧୦୦ରୁ ୧୨୦ ବର୍ଷ ହେବ ବୋଲି ଜଣାପଡ଼ିଛି।

ଗତବର୍ଷ ତୁଳନାରେ ୯ଟି କୁମ୍ଭୀର ବୃଦ୍ଧି ଘଟିଛି । ନଦୀ ନାଳ ମାନଙ୍କରେ ବୋଟ ଚଳାଚଳ ବନ୍ଦ ହେବା ପରେ ଦିନ ଓ ରାତି ସମୟରେ କୁମ୍ଭୀର ଗଣନା କରାଯାଇଥାଏ । ପର୍ଯ୍ୟଟକ ଆସିଲେ କୁମ୍ଭୀର ଗଣନା ରେ ବାଧା ସୃଷ୍ଟି ହେବାର ଆଶଙ୍କା ଥିବାରୁ ଭିତରକନିକା ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରଖାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.