ଏଣିକି ଭୁବନେଶ୍ୱରରୁ ସିଧାସଳଖ ଯାଇପାରିବେ ଦୁବାଇ, ମାର୍ଚ୍ଚ ୫ରେ ଉଡାଣ ଭରିବ ପ୍ରଥମ ବିମାନ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱରରୁ ଦୁବାଇକୁ ଉଡ଼ିବ ବିମାନ । ଏଣିକି ଦୁବାଇକୁ ଡାଇରେକ୍ଟ ଫ୍ଲାଇଟ୍‌ ଉଡ଼ିବ । ମାର୍ଚ୍ଚ ୫ରୁ ଭୁବନେଶ୍ୱର-ଦୁବାଇ ଡାଇରେକ୍ଟ ଫ୍ଲାଇଟ୍‌ ଆରମ୍ଭ ହେବ । ଭୁବନେଶ୍ୱରରୁ ଦୁବାଇକୁ ଉଡ଼ିବ ଇଣ୍ଡିଗୋ ବିମାନ । ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭୁବନେଶ୍ବରରୁ ଦୁବାଇକୁ ଯିବାକୁ ଥିବା ବିମାନଟି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ମାର୍ଚ୍ଚ ୫ ତାରିଖ ରେ ସନ୍ଧ୍ୟା ୧୮.୦୫ (୬ଟା ୦୫) ସମୟ ରେ ବାହାରି ୨୧.୪୫(୯ଟା୪୫)ରେ ଦୁବାଇରେ ପହଞ୍ଚିବ। ସେହିପରି ଅନ୍ୟଏକ ବିମାନ ସକାଳ ୧୧.୨୫ରେ ଦୁବାଇ ଛାଡିବା ସହ ଭୁବନେଶ୍ବରରେ ସନ୍ଧ୍ୟା ୧୭.୦୫(୫ଟା.୦୫ରେ ପହଞ୍ଚିବ।

ବହୁ ଦିନ ଧରି ଦୁବାଇକୁ ବିମାନ ଉଡ଼ାଣ ନେଇ ଦାବି ହୋଇ ଆସୁଥିଲା । ଦୁବାଇରେ ହୋଇଥିବା ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ବହୁ ପ୍ରବାସୀ ଓଡ଼ିଆ ଓ ପୁଞ୍ଜିପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି କରିଥିଲେ ।

ସୂଚନାଯୋଗ୍ୟ ଗତ ବର୍ଷ ଡିସେମ୍ବରରେ ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍କକକୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଓଡିଶା କ୍ୟାବିନେଟ ଅନୁମୋଦନ ଦେଇଥିଲା। ୧୮୬ ଟି ସିଟ୍ ବିଶିଷ୍ଟ ବିମାନ ଚଳାଚଳ କରିବ ଏବଂ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଟିକେଟ୍ ବିକ୍ରୟରୁ ଉତ୍ପାଦିତ ରାଜସ୍ୱ ରାଜ୍ୟ ସରକାର ବଜାୟ ରଖିବେ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.