ପଲିଗ୍ରାଫ ଟେଷ୍ଟରେ ୩ ଘଣ୍ଟା ଧରି ଶହେ ପ୍ରଶ୍ନର ସାମ୍ନା କଲେ ବିଦ୍ୟା, ବ୍ୟତିବ୍ୟସ୍ତ ହୋଇ କାନ୍ଦି ପକାଇଲେ
![bidya bharati](https://knewsodisha.com/wp-content/uploads/2021/09/bidya-bharati.jpg)
ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱର ଷ୍ଟେଟ ଫରେନସିକ ଲ୍ୟାବରେ ବିଦ୍ୟାଭାରତୀ। ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପଲିଗ୍ରାଫ ଟେଷ୍ଟ। କ୍ରାଇମବ୍ରାଞ୍ଚର ପ୍ରଶ୍ନବାଣରେ ହଡବଡେଇ ଗଲେ ବିଦ୍ୟା। ବ୍ୟତିବ୍ୟସ୍ତ ହୋଇ କାନ୍ଦି ପକାଇଥିବା ଜଣାପଡ଼ିଛି। ଦୀର୍ଘ ୩ ଘଣ୍ଟା ଧରି ତଦନ୍ତକାରୀ ଟିମ୍ର ଶହେ ପ୍ରଶ୍ନର ସାମନା କରିଛନ୍ତି ବିଦ୍ୟା। ତାଙ୍କ ବାପା ମଧ୍ୟ ତାଙ୍କ ସହ ଭୁବନେଶ୍ୱର ଆସିଛନ୍ତି ।
ପୂର୍ବରୁ ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ଲାଏ ଡିଟେକସନ୍ ଟେଷ୍ଟ ହୋଇଥିଲା। ବିଦ୍ୟା ମଧ୍ୟ ପଲିଗ୍ରାଫ୍ ଟେଷ୍ଟ ପାଇଁ ପ୍ରସ୍ତୁତ ଥିବା ଜଣାପଡୁଥିଲେ। ଏମିତିକି କଣ କଣ ପ୍ରଶ୍ନ ପଚରାଯିବ, ସେଥିପାଇଁ ବିଦ୍ୟା ପ୍ରସ୍ତୁତ ହୋଇ ଆସିଥିଲେ ବୋଲି ଜଣାପଡିଛି । ଲାଏ ଡିଟେକସନ୍ ଟେଷ୍ଟରେ କିଛି ତଥ୍ୟ ଲୁଚାଇଥିଲେ ଧରାପଡ଼ିବ ।
ରିପୋର୍ଟ ଆଧାରରେ ତଦନ୍ତର ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବ କ୍ରାଇମବ୍ରାଞ୍ଚ । ପୂର୍ବରୁ ତିନିଟି ପର୍ଯ୍ୟାୟରେ କ୍ରାଇମବ୍ରାଞ୍ଚ ପାରଳାଖେମୁଣ୍ଡି, ସୌମ୍ୟଙ୍କ ପରିବାର ଏବଂ ବିଦ୍ୟାଭାରତୀ ଓ ତାଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିଥିଲା ।