କେନ୍ଦୁଝର ପୁରୁଣା ସହର ରାଜ ଉଆସରୁ ଦୁଇଟି ବିଶାଳ ଅଜଗର ସାପ ଉଦ୍ଧାର

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝରରୁ ୨ଟି ବିରାଟକାୟ ଅଜଗର ସାପ ଉଦ୍ଧାର । ପୁରୁଣା ସହର ସ୍ଥିତ ରାଜ ଉଆସରୁ ୨ଟି ବିରାଟକାୟ ଅଜଗର ସାପଙ୍କୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛଡାଯାଇଛି । ଆଜି ରାଜ ଉଆସରେ ଅଜଗର ସାପ ଥିବା ଖବର ପାଇ ସାପଧରାଳୀ ସୁଦର୍ଶନ ସ୍ଵାଇଁ ସେଠାରେ ପହଞ୍ଚିଥିଲେ । ହେଲେ, ଗୋଟିଏ ନୁହେଁ, ସେଠାରେ ୨ଟି ବିରାଟକାୟ ଅଜଗର ସାପ ଥିବା ଜଣା ପଡିଥିଲା ।

ଗୋଟିଏ ୧୨ ଫୁଟ୍ ଲମ୍ବ ଓ ଅନ୍ୟଟି ୭ ଫୁଟ୍ ଲମ୍ବର ଅଜଗର ସାପକୁ ସୁରକ୍ଷିତ ଭାବେ ଧରିଥିଲେ ସୁଦର୍ଶନ । ଏଯାଏ ପାଖାପାଖି ୨ ହଜାର ସାପ ଧରି ସୁରକ୍ଷିତ ସ୍ଥାନରେ ଛାଡ଼ିଥିବା ସୁଦର୍ଶନ ଏହି ସାପକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ିଥିଲେ । ସାପଧରାଳୀ ସୁଦର୍ଶନଙ୍କର ଏଭଳି ନିଶ୍ଵାର୍ଥପର ସେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.