ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲା; ୧୩ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲା ଆଫତାବ

ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ପୁରୁଷ ବନ୍ଧୁ ଅଫତାବକୁ ୧୩ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଲେ ଦିଲ୍ଲୀ କୋର୍ଟ। ପ୍ରେମିକାକୁ ହତ୍ୟାମାମଲାରେ ଅଧିକ ପଚରାଉଚରା ପାଇଁ ଅଫତାବକୁ ହେପାଜତରେ ନେବା ପାଇଁ ପୋଲିସ ଆବେଦନ କରିଥିଲା। ହେଲେ କୋର୍ଟ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଆଜି ସନ୍ଧ୍ୟାରେ ତାଙ୍କୁ ତିହାର ଜେଲ୍କୁ ନିଆଯାଇପାରେ ବୋଲି ସୂଚନା ମିଳିଛି। କୋର୍ଟକୁ ନେବା ପୂର୍ବରୁ ଆଫତାବ ହସପିଟାଲ ଯାଇଥିଲା। ଆଉ ହସପିଟାଲରେ କୋର୍ଟ କାର୍ଯ୍ୟ କରାଯାଇଥିଲା।

ସୂଚନାଯୋଗ୍ୟ, ଦିଲ୍ଲୀ ପୋଲିସ ଟିମ ଆଫତାବର ନାର୍କେ ଟେଷ୍ଟ କରିବା ପାଇଁ ଆମ୍ବେଦକର ହସପିଟାଲ ନେଇଥିଲା। ଏହି ସମୟରେ କୋର୍ଟ ଶୁଣାଣି ହେବା ପରେ ୧୩ ଦିନର ନ୍ୟାୟିକ ହେପାଜତକୁ ପଠାଯାଇଛି। ଏହା ପରେ ଆଫତାବକୁ ତିହାର ଜେଲକୁ ପଠାଯିବ।

ଏଯାଏଁ ମଧ୍ୟ ଶ୍ରଦ୍ଧା ହତ୍ୟାକାଣ୍ଡର ରହସ୍ୟ ଭିତରେ ରହିଛି। ହତ୍ୟାକାରୀ ଆଫତାବ ନିଜର ଦୋଷ ସ୍ୱୀକାର କରିଛି। କିନ୍ତୁ ପୋଲିସ ଆହୁରି ଅନେକ ତଥ୍ୟ ଖୋଜୁଛି । ତେବେ ଦିଲ୍ଲୀ ପୋଲିସ ପାଖରେ ଆଫତାବକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଠୋସ୍‌ ପ୍ରମାଣ ନାହିଁ ।

ସୂଚନାଯୋଗ୍ୟ, ଶ୍ରଦ୍ଧା ଏବଂ ପୁନାୱାଲା ଡେଟିଂ ଆପ୍ ଦ୍ବାରା ପରସ୍ପରକୁ ଜାଣିଥିଲେ। ଉଭୟ ଶ୍ରଦ୍ଧା ଏବଂ ପୁନାୱାଲା ପ୍ରଥମେ ମୁମ୍ବାଇରେ ଲିଭ୍ ଇନ ରିଲେସନସିପରେ ରହୁଥିଲେ। ଶ୍ରଦ୍ଧା ମୁମ୍ବାଇର ମଲାଡସ୍ଥିତି ମଲ୍ଟି ନ୍ୟାସନାଲ କମ୍ପାନୀର କଲ ସେଣ୍ଟରେ ଚାକିରି କରୁଥିଲେ। ଏଠାରେ ଆଫତାବଙ୍କ ସହିତ ତାଙ୍କର ଭେଟ ହୋଇଥିଲା। ଦୁହିଁଙ୍କ ପରିବାର ଲିଭ ଇନରେ ରହିବା କଥାକୁ ପସନ୍ଦ କରୁନଥିଲେ। ତେଣୁ ବିରୋଧ କରିଥିଲେ। ପରିବାର ପକ୍ଷରୁ ବିରୋଧ ହେବା ପରେ ଦୁହେଁ ମୁମ୍ବାଇ ଛାଡି ଆସି ଦିଲ୍ଲୀରେ ରହୁଥିଲେ । ଲିଭ ଇନରେ ରହୁଥିବା ଆଫତାବ ଏବଂ ଶ୍ରଦ୍ଧାଙ୍କ ମଧ୍ୟରେ ବିବାହକୁ ନେଇ ପ୍ରତିଦିନ ଝଗଡା ଲାଗୁଥିଲା। ମେ’ ୧୮ ତାରିଖରେ ସେମାନଙ୍କ ମଧ୍ୟରେ ବିବାହକୁ ନେଇ ବଚସା ହୋଇଥିଲା। ଫଳରେ ପୁନାୱାଲା ଶ୍ରଦ୍ଧାଙ୍କୁ ତଣ୍ଟି ଚିପି ମାରିଦେଇଥିଲା ଏବଂ ଏହାପରେ ସେ ତାଙ୍କ ମର ଶରୀରକୁ କାଟି ୩୫ ଖଣ୍ଡ କରିଥିଲା। ପୁନାୱାଲା ଶ୍ରଦ୍ଧାଙ୍କ ମର ଶରୀରକୁ ସାଇତି ରଖିବାପାଇଁ ୩୦୦ ଲିଟର କ୍ଷମତା ବିଶିଷ୍ଟ ନୂଆ ଫ୍ରିଜ୍ କିଣିଥିଲା। ସେହି ଫ୍ରିଜରେ ସେ ପ୍ରେମିକାର ମର ଶରୀରର କଟା ଅଂଶକୁ ରଖିଥିଲା ଏବଂ ପ୍ରତିଦିନ ରାତି ୨ଟାରେ ସେ ଏକ ପଲିବ୍ୟାଗରେ ମର ଶରୀରର କିଛି କିଛି କଟା ଅଂଶକୁ ଧରି ନିକଟସ୍ଥ ଜଙ୍ଗଲରେ ଫିଙ୍ଗିଥିଲା। ଏଥିପାଇଁ ତାକୁ ୧୮ ଦିନ ଲାଗିଥିଲା।

ମେ’ ୧୮ ତାରିଖରେ ଅଫତାବ ଦିଲ୍ଲୀ ସ୍ଥିତ ଫ୍ଲାଟରେ ପ୍ରଥମେ ଶ୍ରଦ୍ଧାଙ୍କୁ ତଣ୍ଟିଚିପି ହତ୍ୟା କରିଥିଲା। ଏହାପରେ ତାଙ୍କ ମୃତଦେହକୁ ପ୍ରାୟ ୧୦ ଘଣ୍ଟାର ପରିଶ୍ରମ କରି ୩୫ ଖଣ୍ଡ କରି କାଟି ପକାଇଥିଲା। ଏହି ଖଣ୍ଡବିଖଣ୍ଡିତ ଶରୀରର ଅଂଶକୁ ୧୮ ଦିନ ଧରି ଅଫତାବ ଦିଲ୍ଲୀର ମେହରାଉଲି ଓ ଛତ୍ରପୁର ଅଞ୍ଚଳରେ ପର୍ଯ୍ୟାୟକ୍ରମେ ଫିଙ୍ଗି ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.