ଭାରସାମ୍ୟ ହରାଇ ବ୍ରିଜରେ ପିଟିହେଲା ବାଇକ: ସ୍ବାମୀ ମୃତ, ସ୍ତ୍ରୀ ଆହତ

ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଶ୍ରୀରାମନଗର ଠାରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ତାରାସିଙ୍ଗି ଥାନା ଅନ୍ତର୍ଗତ ଗାଲେରୀ ଗାଁ ର ବିଷ୍ଣୁଚରଣ ବେହେରା ।

ଭଞ୍ଜନଗର (କେନ୍ୟୁଜ): ରାସ୍ତାକଡ ବ୍ରିଜରେ ପିଟିହେଲା ବାଇକ। ସ୍ବାମୀ ମୃତ, ସ୍ତ୍ରୀ ଆହତ । ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଶ୍ରୀରାମନଗର ଠାରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ତାରାସିଙ୍ଗି ଥାନା ଅନ୍ତର୍ଗତ ଗାଲେରୀ ଗାଁ ର ବିଷ୍ଣୁଚରଣ ବେହେରା ।

ସୂଚନା ଅନୁଯାୟୀ ସ୍ତ୍ରୀଙ୍କ ସହ ବାଇକ୍ ରେ ନିଜ ଗାଁରୁ ବାହାରି ଭଞ୍ଜନଗର ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଲୁହାପୋଲରେ ପିଟି ହୋଇଯାଇଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ବିଷ୍ଣୁଚରଣଙ୍କୁଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଭଞ୍ଜନଗର ଥାନା ପୋଲିସ ମୃତ ଦେହକୁ ଜବତ କରି ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.