Below header

ଆଜିଠୁ ଆରମ୍ଭ ହେବ ମହିଳା ପ୍ରିମିୟର ଲିଗ୍‌ ର ପ୍ରଥମ ସଂସ୍କରଣ: ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଜିଆଣ୍ଟସ ମଧ୍ୟରେ ହେବ ଉଦଘାଟନୀ ମୁକାବିଲା

ମୁମ୍ବାଇର ଡି.ଓ୍ଵାଇ ପାଟିଲ ଷ୍ଟାଡିୟମରେ ଆରମ୍ଭ ହେବ WPLର ପ୍ରଥମ ସଂସ୍କରଣ । ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଜିଆଣ୍ଟସ ମଧ୍ୟରେ ଉଦଘାଟନୀ ମୁକାବିଲା ହେବ । ଇ ଘଣ୍ଟାର କାର୍ଯ୍ୟକ୍ରମ ପରେ ସନ୍ଧ୍ୟା ୭ଟା ୩୦ ମିନିଟରୁ ମ୍ୟାଚ ଆରମ୍ଭ ହେବ ।

ନୂଆଦିଲ୍ଲୀ : ଆଜିଠୁ ମହିଳା ପ୍ରିମିୟର ଲିଗ୍‌ । ମୁମ୍ବାଇର ଡି.ଓ୍ଵାଇ ପାଟିଲ ଷ୍ଟାଡିୟମରେ ଆରମ୍ଭ ହେବ WPLର ପ୍ରଥମ ସଂସ୍କରଣ । ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଜିଆଣ୍ଟସ ମଧ୍ୟରେ ଉଦଘାଟନୀ ମୁକାବିଲା ହେବ । ଏହା ପୂର୍ବରୁ ହେବ ରଙ୍ଗାରଙ୍ଗ ଉତ୍ସବ । କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ସାଜିବେ ଅଭିନେତ୍ରୀ କ୍ରିତି ସାନନ, କିଆରା ଆଡ୍‌ଭାନୀ ଓ ଏପି. ଧିଲୋନ । ଅପରାହ୍ନ ୫ଟା ୩୦ ମିନିଟରୁ ଉଦଘାଟନୀ ଉତ୍ସବ ଆରମ୍ଭ ହେବ । ଦୁଇ ଘଣ୍ଟାର କାର୍ଯ୍ୟକ୍ରମ ପରେ ସନ୍ଧ୍ୟା ୭ଟା ୩୦ ମିନିଟରୁ ମ୍ୟାଚ ଆରମ୍ଭ ହେବ । ହର୍ମନପ୍ରୀତ କୌରଙ୍କ ନେତୃତ୍ୱାଧିନ ମୁମ୍ବାଇ ଇଣ୍ଡିଆନ୍ସ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ।

ସେହିପରି ବେଥ ମୁନିଙ୍କ ନେତୃତ୍ୱରେ ଗୁଜରାଟ ଜାଏଣ୍ଟସ ପ୍ରଥମ ମ୍ୟାଚରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ରଣନୀତି ପ୍ରସ୍ତୁତ କରିଛି । ଚଳିତ WPLରେ ମୋଟ ୫ଟି ଟିମ୍‌ ମୁମ୍ବାଇ ଇଣ୍ଡିଆନ୍ସ, ଗୁଜରାଟ ଜାଏଣ୍ଟସ, ଦିଲ୍ଲୀ କ୍ୟାପିଟାଲ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ୟୁପି ଓ୍ଵାରିୟର୍ସ ଭାଗ ନେଇଛନ୍ତି । ଚଳିତ ସିଜନରେ ମୁମ୍ବାଇର ୨ଟି ଷ୍ଟାଡିୟମରେ ମୋଟ ୨୨ଟି ମ୍ୟାଚ ଖେଳାଯିବ । ପ୍ରଥମ ୨୦ଟି ମ୍ୟାଚ ପାଇଁ ଟିକେଟ ମୂଲ୍ୟ ୧୦୦ ଟଙ୍କା ରଖାଯାଇଛି । ମହିଳା ଓ ବାଳିକା ମାନେ ମାଗଣାରେ ମ୍ୟାଚ ଦେଖିପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.