ଇନଷ୍ଟାଗ୍ରାମରୁ ଆରମ୍ଭ ହେଲା ଦୁଇ ଝିଅଙ୍କ ପ୍ରେମ: ବିବାହ ପାଇଁ ହରିୟାନାରୁ ବାଲେଶ୍ୱର ଆସିଲେ ଯୁବତୀ

ଇନଷ୍ଟାଗ୍ରାମରୁ ଆରମ୍ଭ ହେଲା ପ୍ରେମ । ଦୁଇ ଝିଅଙ୍କ ମଧ୍ଯରେ ଏକ ବର୍ଷ ହେବ ଗଢି ଉଠିଥିଲା ପ୍ରେମ ସମ୍ପର୍କ। ଉଭୟେ ବିବାହ କରିବାର ନିଷ୍ପତ୍ତି ନେବା ପରେ ହରିଆନାରୁ ବାଲେଶ୍ୱର ଆସିଲେ ଯୁବତୀ।

ଜଳେଶ୍ୱର (କେନ୍ୟୁଜ): ଇନଷ୍ଟାଗ୍ରାମରୁ ଆରମ୍ଭ ହେଲା ପ୍ରେମ । ସୋସିଆଲ ମିଡ଼ିଆରୁ ଦୁଇ ଝିଅଙ୍କ ମଧ୍ଯରେ ପ୍ରେମ ହେବା ପରେ ସମଲିଙ୍ଗୀ ବିବାହ ପାଇଁ ସୁଦୂର ହରିୟାନାରୁ ଓଡିଶା ପହଞ୍ଚିଲେ ଯୁବତୀ। ସୋସିଆଲ ମିଡ଼ିଆରେ ପ୍ରେମ କରିବା ସାଧାରଣ ଘଟଣା ପାଲଟି ଥିବା ବେଳେ ଇନଷ୍ଟାଗ୍ରାମରେ ଦୁଇ ଝିଅଙ୍କ ମଧ୍ଯରେ ଏକ ବର୍ଷ ହେବ ଗଢି ଉଠିଥିଲା ପ୍ରେମ ସମ୍ପର୍କ। ଉଭୟେ ବିବାହ କରିବାର ନିଷ୍ପତ୍ତି ନେବା ପରେ ହରିଆନାରୁ ଯୁବତୀ ଜଣକ ନାବାଳିକାଙ୍କୁ ଅପହରଣ କରିବା ପାଇଁ ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଶଙ୍ଖାରି ଗ୍ରାମରେ ପହଞ୍ଚି ଥିଲେ। ନାବାଳିକା ର ପରିବାର ଲୋକେ ଏହା ଜାଣିବା ପରେ ସମ୍ପୃକ୍ତ ଯୁବତୀଙ୍କୁ ଧରି ଚନ୍ଦନେଶ୍ଵର ଫାଣ୍ଡିକୁ ଆଣିଥିଲେ।ଏହି ଖବର ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ସୂଚନା ଅନୁଯାୟୀ ହରିଆନାର ସୋନୀପଥ ଥାନା ତାଜପୁର ଅଞ୍ଚଳର ବାବା ରାଜୁଙ୍କ ଝିଅ କାଜଲଙ୍କ ସହ ବର୍ଷେ ପୂର୍ବରୁ ଶଙ୍ଖାରୀ ଗ୍ରାମର ଜନୈକା ନାବାଳିକା ଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠି ଥିଲା। ଉଭୟଙ୍କ ମଧ୍ଯରେ ଇନଷ୍ଟାଗ୍ରାମରୁ ଏକ ବର୍ଷ ପୂର୍ବରୁ ପ୍ରେମ ଆରମ୍ଭ ହୋଇଥିଲା। ନାବାଳିକା ଜଣକ ହରିଆନା ଯୁବତୀର ପ୍ରେମ ଜାଲରେ ପଡି ସମଲିଙ୍ଗୀ ବିବାହ କରିବା ପାଇଁ ନିଷ୍ପତି ନେଇ ଥିଲେ। ଫଳରେ ହରିଆନାରୁ ଯୁବତୀ ଜଣକ ଟ୍ରେନ ଯୋଗେ ପଶ୍ଚିମବଗଂ ର ଦୀଘାରେ ପହଞ୍ଚିବା ପରେ ଏକ ଅଟୋରେ ନାବାଳିକାଙ୍କ ପାଖକୁ ଯାଇଥିଲେ। ନାବାଳିକା ଜଣକ ଚତୁରତାର ସହିତ କାଜଲକୁ ନିଜ ଘର ପାଖକୁ ନ ଡାକି ୫ କି.ମି ଦୂର କାନ୍ଥିଭଉଁରୀ ପଞ୍ଚାୟତର ବଡପାହି ଗାଁ ନିକଟକୁ ଡାକି ଉଭୟେ ପଳାଇ ଯିବାକୁ ଉଦ୍ୟମ କରୁଥିଲେ ।

ଏତିକି ବେଳେ କୌଣସି ସୂତ୍ରରୁ ଖବର ପାଇ ନାବାଳିକାଙ୍କ ପରିବାର ଲୋକେ ସେଠାରେ ପହଞ୍ଚି ଉଭୟଙ୍କୁ ଆଣି ଚନ୍ଦନେଶ୍ଵର ଫାଣ୍ଡିରେ ଜିମା ଦେଇ ଥିଲେ। ଫାଣ୍ଡି ଅଧିକାରୀ ବିଶ୍ଵନାଥକର କାଜଲର ପରିବାର ଲୋକଙ୍କୁ ଫୋନ ଯୋଗେ ଜଣାଇବା ପରେ ଜାଜଲ ନିଖୋଜ ଥିବା ନେଇ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ ହୋଇ ଥିବା ନେଇ କାଜଲ ର ବାପା କହିଥିଲେ। ତେବେ ଉକ୍ତ ନାବାଳିକାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ଥିବା ବେଳେ କାଜଲକୁ ଥାନା ରେ ଅଟକ ରଖି ପଚରା ଉଚରା ଜାରି ରଖିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.