ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା, ୬୦ରୁ ଊର୍ଦ୍ଧ୍ବ ଗଣନାକାରୀ ନିୟୋଜିତ

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ । ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି । ମଧ୍ୟାହ୍ନ ୧୨ଟା ଯାଏ ଚାଲିବ ବାର୍ଡ କାଉଣ୍ଟିଂ ।

ଚିଲିକା (କେନ୍ୟୁଜ): ଚିଲିକାରେ ପକ୍ଷୀ ଗଣନା ଆରମ୍ଭ । ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି । ମଧ୍ୟାହ୍ନ ୧୨ଟା ଯାଏ ଚାଲିବ ବାର୍ଡ କାଉଣ୍ଟିଂ । ଚିଲିକା ବନ୍ୟପ୍ରାଣୀ ବିଭାଗ ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ୫ଟି ରେଞ୍ଜରେ ପକ୍ଷୀ ଗଣନା କରାଯାଉଛି । ଗଣନା କାର୍ଯ୍ୟରେ ୬୦ରୁ ଊର୍ଦ୍ଧ୍ବ ଗଣନାକାରୀ ଓ ୩୦ରୁ ଊର୍ଦ୍ଧ୍ବ ଗାଇଡ୍ ନିୟୋଜିତ ଅଛନ୍ତି ।

୧୮ଟି ଗଣନାକାରୀ ଦଳ ଚିଲିକା ମଧ୍ୟରେ ଏବଂ ୨ଟି ଗଣନାକାରୀ ଦଳ ଚିଲିକା ତଟବର୍ତ୍ତୀ ସ୍ଥଳଭାଗରେ ପକ୍ଷୀ ଗଣନାରେ ନିୟୋଜିତ ଅଛନ୍ତି। ଟାଙ୍ଗି ଜୋନରେ ୮ଟି, ବାଲୁଗାଁରେ ୬ଟି, ସାତପଡ଼ାରେ ୪ଟି, ରମ୍ଭାରେ ୨ଟି ଏବଂ ଚିଲିକାରେ ଗୋଟିଏ ଟିମ ନିୟୋଜିତ ରହିଛି । ପ୍ରତି ଟିମରେ ୬ରୁ ୭ ଜଣ ଗଣନାକାରୀ ଯୋଗ ଦେଇଛନ୍ତି।

ପ୍ରତିବର୍ଷ ଭଳି ଗଣନା କାର୍ଯ୍ୟରେ ଜିପିଏସ, ବାଇନାକୁଲାର ବ୍ୟବହାର ହୋଇଛି । ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟିର ଛାତ୍ରଛାତ୍ରୀ, ଓ୍ଵାଇଲ୍ଡ ଓଡ଼ିଶା ଏବଂ ୱାଇଲଡିଜ ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତା, ଟାଙ୍ଗି ରେଞ୍ଜ ଅନ୍ତର୍ଗତ ତିନି ଗୋଟି ପକ୍ଷୀ ସୁରକ୍ଷା ସମିତିର ସଦସ୍ୟ ଏବଂ ବିଏନଏଚଏସ ସାମିଲ ହୋଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.