୬ରେ ଓଡ଼ିଶା ଆସିବେ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର

୬ରେ ଓଡ଼ିଶା ଆସିବେ କଂଗ୍ରେସ ପ୍ରଭାରୀ ଡକ୍ଟର ଅଜୟ କୁମାର। ନୂଆବର୍ଷରେ ନୂଆ ପ୍ରଭାରୀଙ୍କ ସହ କଂଗ୍ରେସ କିଛି ନୂଆ କରିବ ବୋଲି ଆଶା ରଖିଛନ୍ତି ବରିଷ୍ଠ ନେତା। ଅଜୟ କୁମାରଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଦଳର ବହୁ ବରିଷ୍ଠ ନେତା ଓଡ଼ିଶା ବାହାରକୁ ଯାଇ ଅଜୟଙ୍କୁ ଭେଟି ଆଲୋଚନା କରିଛନ୍ତି।

ଭୁବନେଶ୍ୱର (କେନ୍ୟୁଜ): ୬ରେ ଓଡ଼ିଶା ଆସିବେ କଂଗ୍ରେସ ପ୍ରଭାରୀ ଡକ୍ଟର ଅଜୟ କୁମାର। ନୂଆବର୍ଷରେ ନୂଆ ପ୍ରଭାରୀଙ୍କ ସହ କଂଗ୍ରେସ କିଛି ନୂଆ କରିବ ବୋଲି ଆଶା ରଖିଛନ୍ତି ବରିଷ୍ଠ ନେତା। ଅଜୟ କୁମାରଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଦଳର ବହୁ ବରିଷ୍ଠ ନେତା ଓଡ଼ିଶା ବାହାରକୁ ଯାଇ ଅଜୟଙ୍କୁ ଭେଟି ଆଲୋଚନା କରିଛନ୍ତି।

ଆସନ୍ତା ୬ ତାରିଖ ଦିନ ୧୧ଟା ବେଳେ ଅଜୟ କୁମାର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ସେଠାରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କୁ ନିଆଯିବ। ପିସିସି ସଭାପତି ଶରତ ପଟ୍ଟନାୟକ ନିଜେ ଏହି ଶୋଭାଯାତ୍ରାର ନେତୃତ୍ବ ନେବେ।

କଂଗ୍ରେସ ଭବନରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ। ଦିନ ୧୨ଟା ୩୦ରେ ପିସିସି କାର୍ଯ୍ୟାଳୟରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ହେବ। ଅପରାହ୍ନ ୪ଟାରେ ପିସିସି ପଲିଟିକାଲ ଆଫାୟାର୍ସ କମିଟି ବୈଠକ ଓ ସନ୍ଧ୍ୟା ୬ଟାରେ ୨୦୧୭ ଏବଂ ୨୦୨୨ ନିର୍ବାଚନରେ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ଓ ପୌରାଞ୍ଚଳ ନିର୍ବାଚିତ କାଉନସିଲର ତଥା କର୍ପୋଟରେଟଙ୍କ ବୈଠକ ହେବ।

ସେହିପରି ୭ ତାରିଖରେ ପିସିସି ଇସ୍ତାହାର କମିଟି, ପ୍ରଚାର କମିଟି, କାର୍ଯ୍ୟକ୍ରମ କାର୍ଯ୍ୟକାରୀ କମିଟି ଏବଂ ପ୍ରଚାର ଓ ପ୍ରସାର କମିଟି ଅଧ୍ୟକ୍ଷମାନଙ୍କ ବୈଠକରେ ଯୋଗଦେବେ ଅଜୟ କୁମାର। ପରେ ବରିଷ୍ଠ କଂଗ୍ରେସ ନେତା ଓ କର୍ମୀମାନଙ୍କ ସହ ଆଲୋଚନା କରିବେ। ସନ୍ଧ୍ୟାରେ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯିବେ। ସେଠାରୁ ଫେରି ୮ ତାରିଖ ସକାଳେ ଓଡ଼ିଶାରୁ ଫେରିଯିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.