ଇରାନ ବିସ୍ଫୋରଣ ପଛରେ କାହାର ହାତ ? ମୃତକଙ୍କ ସଂଖ୍ୟା ଛୁଇଁଲା ୧୦୩, ଶତାଧିକ ଆହତ

ଗତକାଲି ଭୟାବହ ବିସ୍ଫୋରଣରେ ଥରିଥିଲା ଇରାନ। ଦୁଇ ଦୁଇଟି ବିସ୍ଫୋରଣରେ ୧୦୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଇରାକୀ ଡ୍ରୋନ ଆକ୍ରମଣରେ ଜେନେରାଲ କାସିମ ସୁଲେମାନିଙ୍କ ହତ୍ୟାର ବର୍ଷ ପୂର୍ତ୍ତି ପାଳନ ବେଳେ ତାଙ୍କ ସମାଧି ନିକଟରେ ଏହି ବିସ୍ଫୋରଣ ହୋଇଥିଲା।

ନୂଆଦିଲ୍ଲୀ : ଗତକାଲି ଭୟାବହ ବିସ୍ଫୋରଣରେ ଥରିଥିଲା ଇରାନ। ଦୁଇ ଦୁଇଟି ବିସ୍ଫୋରଣରେ ୧୦୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଇରାକୀ ଡ୍ରୋନ ଆକ୍ରମଣରେ ଜେନେରାଲ କାସିମ ସୁଲେମାନିଙ୍କ ହତ୍ୟାର ବର୍ଷ ପୂର୍ତ୍ତି ପାଳନ ବେଳେ ତାଙ୍କ ସମାଧି ନିକଟରେ ଏହି ବିସ୍ଫୋରଣ ହୋଇଥିଲା।

ଦକ୍ଷିଣ-ପୂର୍ବ ଇରାନର କେରମାନରେ ଥିବା ସାହେବ ଅଲ ଜମାନ ମସଜିଦ ନିକଟସ୍ଥ ସୁଲେମାନିଙ୍କ କବର ପାଖରେ ଲଗାତର ୨ଟି ବିସ୍ଫୋରଣ ହୋଇଥିଲା। ସହିଦଙ୍କ ସମାଧି ପୀଠକୁ ଯାଇଥିବା ରାସ୍ତାର ୨ଟି ସ୍ଥାନରେ ବିସ୍ଫୋରକ ରଖି ଆତଙ୍କବାଦୀମାନେ ରିମୋର୍ଟ ଜରିଆରେ ବିସ୍ଫୋରଣ କରିଥିବା ଜଣାପଡ଼ିଛି।

ବିସ୍ଫୋରଣରେ ପ୍ରଚଣ୍ଡ ଶବ୍ଦ ହେବା ସହ ପ୍ରବଳ କଳା ଧୂଆଁ ଉଠିଥିଲା। ବିସ୍ଫୋରଣ ଖବର ପାଇ କେରମାନ ପ୍ରଦେଶର ରେଡ କ୍ରେସେଣ୍ଟ ଉଦ୍ଧାରକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବିସ୍ଫୋରଣର ଭୟାବହତା ଯୋଗୁ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି। ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣ ନେଇ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି।

ସେପଟେ କେରମାନ ରେଡ କ୍ରେସେଣ୍ଟ ସୋସାଇଟି ତଦନ୍ତ ଆରମ୍ଭ କରିଥିବା କୁହାଯାଇଛି। ଇରାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ୨୦୨୦ରେ ଜେନେରାଲ ସୁଲେମାନି ବାଗଦାଦ ବିମାନ ବନ୍ଦର ନିକଟରେ ଆମେରିକୀୟ ଡ୍ରୋନ ଆକ୍ରମଣରେ ପ୍ରାଣ ହରାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.