Below header

ବିଜେଡି ପ୍ରତିଷ୍ଠା ଦିବସ : ଆନନ୍ଦ ଭବନରୁ ଶଙ୍ଖ ଭବନକୁ ସାଇକେଲ ଶୋଭାଯାତ୍ରା

ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଅବସରରେ କଟକ ଆନନ୍ଦ ଭବନରୁ ଶଙ୍ଖ ଭବନକୁ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଆନନ୍ଦ ଭବନରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଅନେକ ନେତା, ମନ୍ତ୍ରୀ ଓ କର୍ମୀମାନେ ଆସି ମାଲ୍ୟର୍ପଣ କରିଥିଲେ ।

କଟକ (କେନ୍ୟୁଜ ) : ବିଜୁ ଜନତା ଦଳର ଆଜି ୨୭ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ କଟକ ସ୍ଥିତ ଆନନ୍ଦ ଭବନରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଅନେକ ନେତା, ମନ୍ତ୍ରୀ ଓ କର୍ମୀମାନେ ଆସି ମାଲ୍ୟର୍ପଣ କରିଥିଲେ । ଆନନ୍ଦ ଭବନ ଠାରୁ ଭୁବନେଶ୍ୱର ଶଙ୍ଖ ଭବନ ପର୍ଯ୍ୟନ୍ତ ବିଶାଳ ସାଇକେଲ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହା ସହ କଟକରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ । ବିଭିନ୍ନ ଜଗାରେ ରକ୍ତଦାନ ଶିବିର, ବୃକ୍ଷରୋପଣ, ଫଳ ବଣ୍ଟନ, ଶପଥ ଗ୍ରହଣ ଇତ୍ୟାଦି କାର୍ଯ୍ୟକ୍ରମ କରିବାର ବ୍ୟବସ୍ଥା କରାଯାଇଛି ।

ଗତ ୨୬ ବର୍ଷ ଧରି ନିଷ୍ଠାପର ଭାବେ ଜନତାଙ୍କ ପାଇଁ କାର୍ଯ୍ୟ କରିଆସୁଛି । ନିର୍ବାଚନ ମଣ୍ଡଳୀ, ବ୍ଲକ ଓ ପୌରାଞ୍ଚଳରେ ଦଳ ପକ୍ଷରୁ ପାଳନ କରାଯାଉଛି ବିଜେଡି ପ୍ରତିଷ୍ଠା ଦିବସ । ପ୍ରତି ନିର୍ବାଚନମଣ୍ଡଳୀ ସହ ଶଙ୍ଖ ଭବନରେ ମଧ୍ୟ ପାଳନ ହେଉଛି କାର୍ଯ୍ୟକ୍ରମ ।  ଆଜି ପ୍ରତିଷ୍ଠା ଦିବସରେ କଣ ବଡ଼ ବାର୍ତ୍ତା ଦେବେ ତା ଉପରେ ନଜର ରହିଛି । ଓଡ଼ିଶାରେ ବିଜେଡି ଲଗାତାର ୫ଥର ଜିତି ଏବେ ଷଷ୍ଠଥର ପାଇଁ ସେବା କରିବା ପାଇଁ ଆରମ୍ଭ କରି ଦେଇଛନ୍ତି ପ୍ରୟାସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.