ପୁଣି ଓବିସି ପ୍ରସଙ୍ଗ ଉଠାଇଲା ବିଜେଡି, ଜାତିଭିତ୍ତିକ ଜନଗଣନା ଓ ୫୦ ପ୍ରତିଶତ ସଂରକ୍ଷଣ ସୀମା ହଟାଇବାକୁ କଲା ଦାବି

ଭୁବନେଶ୍ୱର(କେନ୍ୟୁଜ୍‌) : ପଛୁଆବର୍ଗଙ୍କୁ ସାମାଜିକ ନ୍ୟାୟ ଦେବା ପାଇଁ ବର୍ଷ ବର୍ଷ ଧରି ଲଢେଇ କରି ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ସ୍ୱର ସହ ସ୍ୱର ମିଳାଇଛନ୍ତି ବିଜେପିର ସହଯୋଗୀ ଦଳ। ଜେଡ଼ିୟୁ, ଅପନା, ଏଲ୍ଜେପି ଭଳି ଅନେକ ଦଳ ଜାତିଭିତ୍ତିକ ଜନଗଣନା ଓ ୫୦ ପ୍ରତିଶତ ସଂରକ୍ଷଣ ସୀମା ହଟାଇବା ପାଇଁ ଦାବି କରିଛନ୍ତି।

ପୂର୍ବରୁ କେନ୍ଦ୍ର ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତିଭିତ୍ତିକ ଜନଗଣନା ଦାବି ଉଠାଇଥିଲେ। କେନ୍ଦ୍ର ସରକାର ମନା କରିବା ପରେ ୨୦୨୦ ଜାନୁଆରୀ ୧୧ରେ କ୍ୟାବିନେଟ୍ ବୈଠକରେ ଜାତିଭିତ୍ତିକ ଜନଗଣନା ପାଇଁ ନିଷ୍ପତି ନେଇଥିଲେ ରାଜ୍ୟ ସରକାର। ୨୦୨୦ରେ ଫେବୃୟାରୀ ୧୨ରେ ଗଠନ ହୋଇଥିଲା ଓବିସି କମିଶନ।

ଏବେ ପୁଣିଥରେ ଜାତିଭିତ୍ତିକ ଜନଗଣନା ପାଇଁ ବିଜେଡି ନିଜ ସ୍ୱର ଶାଣିତ କରିଛି। ସାରା ଦେଶରେ ଅନେକ ଦଳ ଏବେ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରୁଥିବା ବେଳେ ରାଜ୍ୟ ବିଜେପିର ନିରବତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ଆଗାମୀ ଦିନରେ ପଛୁଆବର୍ଗଙ୍କୁ ସାମାଜିକ ନ୍ୟାୟ ଦେବା ପାଇଁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି ବିଜେଡି କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.