Below header

ଜଗନ୍ନାଥପ୍ରସାଦଠାରେ ଉଦ୍‌ଘାଟିତ ହେଲା ବିଜୁ ଜନତା ଦଳର କାର୍ଯ୍ୟାଳୟ

କନ୍ଧମାଳ(କେନ୍ୟୁଜ୍) : କନ୍ଧମାଳ ଲୋକସଭା ଆସନ ଓ ଭଞ୍ଜନଗର ବିଧାନସଭା ନିର୍ବାଚନମଣ୍ଡଳୀର ଜଗନ୍ନାଥପ୍ରସାଦଠାରେ ବିଜୁ ଜନତା ଦଳର କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଛି। ଏହାକୁ ଉଦ୍‌ଘାଟନ କରିଛନ୍ତି ଭଞ୍ଜନଗର ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ । କାର୍ଯ୍ୟକ୍ରମରେ ଯୋଗଦେଇଥିଲେ କନ୍ଧମାଳ ସାଂସଦ ପ୍ରାର୍ଥୀ ଡ. ଅଚ୍ୟୁତ ସାମନ୍ତ । ଡ.ସାମନ୍ତ ନିର୍ବାଚିତ ହେଲେ କନ୍ଧମାଳର ବିକାଶ ପାଇଁ କାମ କରିବେ ବୋଲି ବିକ୍ରମ ଆରୁଖ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଡ. ଅଚ୍ୟୁତ ସାମନ୍ତଙ୍କ ଭଳି ସମାଜସେବୀଙ୍କୁ ପ୍ରାର୍ଥୀ ଭାବେ ପାଇ ଖୁସି ପ୍ରକଟ କରିଛନ୍ତି ଜଗନ୍ନାଥପ୍ରସାଦ ବ୍ଲକର ଦଳୀୟ କର୍ମୀ, ସମର୍ଥକ ଓ ସାଧାରଣ ଜନତା । କନ୍ଧମାଳଠାରୁ ଆରମ୍ଭ କରି ଭଞ୍ଜନଗର ନିର୍ବାଚନମଣ୍ଡଳୀର ଦଳୀୟ କର୍ମୀ ଓ ଗରିବ ଲୋକଙ୍କ ଦୁଃଖ ଦୂର ହେବ ବୋଲି କହିଛନ୍ତି ଦଳୀୟ କର୍ମୀ ଓ ସମର୍ଥକ । ସେପଟେ ଭଞ୍ଜନଗର ହେଉଛି ବିଜୁ ଜନତା ଦଳର ଗଡ଼ । ଗତ ୫ଟି ନିର୍ବାଚନରେ ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ଭୋଟର ବିଜୁ ଜନତା ଦଳୁ ବହୁ ସମର୍ଥନ ଦେଇଛନ୍ତି । ଚଳିତଥର ମଧ୍ୟ ବିଜୁ ଜନତା ଦଳକୁ ଲୋକେ ସମର୍ଥନ ଦେବେ ବୋଲି ଡ.ସାମନ୍ତ ଆଶା ପ୍ରକଟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.