ରେଳ ବଜେଟ୍‌ରେ ଅନୁଦାନ ନେଇ କେନ୍ଦ୍ରକୁ ବିଜେଡିର ଟାର୍ଗେଟ: ଅଧିକ ଅର୍ଥ ଆବଣ୍ଟନ କହି ବାହାବା ନେବା ଛାଡ଼

କେନ୍ୟୁଜ୍(ବ୍ୟୁରୋ): ରେଳ ବଜେଟ୍‌ରେ ଅନୁଦାନ ନେଇ କେନ୍ଦ୍ରକୁ ବିଜେଡିର ଟାର୍ଗେଟ । ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଟୁଇଟ୍‌ କରି କହିଛନ୍ତି, ଅଧିକ ଅର୍ଥ ଆବଣ୍ଟନ କହି ବାହାବା ନେବା ଛାଡ଼ । ବାସ୍ତବତା ଓଡ଼ିଶାବାସୀ ଭଲଭାବେ ବୁଝି ସାରିଛନ୍ତି ।

ଖୋର୍ଦ୍ଧା-ବଲାଙ୍ଗିର ଲାଇନ୍‌ ୯ ବର୍ଷରେ ମାତ୍ର ନୟାଗଡ଼ ଯାଏ ଚାଲିଛି । ଏହା ହେଉଛି ଓଡ଼ିଶାରେ ରେଳ ବିକାଶର ବାସ୍ତବ ଚିତ୍ର । ଓଡ଼ିଶାବାସୀଙ୍କୁ ଆଉ ଭୁଆଁ ବୁଲାନ୍ତୁନି । ଯଦି କାମ କରିପାରୁନାହାନ୍ତି ତେବେ ଚୁପ୍‌ ରୁହନ୍ତୁ ବୋଲି ଟ୍ଵିଟରେ କହିଛନ୍ତି ପ୍ରଣବ ପ୍ରକାଶ ଦାସ । ଆବଣ୍ଟନର ସ୍ୱପ୍ନ ଭିତରେ ବାସ୍ତବତା କେତେ ତାହା ଓଡ଼ିଶାବାସୀ ଜାଣି ସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.