ଘୋଷଣା ହେଲା ଓଡିଶାର ୧୮ଟି ଲୋକସଭା ଆସନ : ୪ ସାଂସଦ ବାଦ, ୪ ମହିଳା ଓ ୬ ଆସନରେ ପ୍ରାର୍ଥୀ ବଦଳ

ଘୋଷଣା ହୋଇଥିବା ୧୮ ଜଣ ପ୍ରାର୍ଥୀ ତାଲିକାରେ ୪ ଜଣ ସାଂସଦଙ୍କୁ ବାଦ ଦିଆଯାଇଛି ।

କେନ୍ୟୁଜ(ବ୍ୟୁରୋ) : ଚଳିତ ଓଡିଶା ଲୋକସଭା ନିର୍ବାଚନ( ୨୦୨୪) ପାଇଁ ଓଡ଼ିଶାର ୨୧ଟି ଲୋକସଭା ଆସନରୁ ୧୮ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ତେବେ କନ୍ଧମାଳ, କଟକ ଓ ଯାଜପୁର ଆଦି ୩ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନାହିଁ ।

ଘୋଷଣା ହୋଇଥିବା ୧୮ ଜଣ ପ୍ରାର୍ଥୀ ତାଲିକାରେ ୪ ଜଣ ସାଂସଦଙ୍କୁ ବାଦ ଦିଆଯାଇଛି ।  ଏଥିରେ ବିଶେଶ୍ୱର ଟୁଡୁ ମନ୍ତ୍ରୀ ଥିଲେ  । ସେମାନେ ହେଲେ ବରଗଡରେ ସୁରେଶ ପୁଜାରୀଙ୍କ ସ୍ଥାନରେ ପ୍ରଦୀପ ପୁରୋହିତ, ସମ୍ବଲପୁରରେ ନୀତିଶ ଗଙ୍ଗଦେବଙ୍କ ସ୍ଥାନରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ , କଳାହାଣ୍ଡିରେ ବସନ୍ତ ପଣ୍ଡାଙ୍କ ସ୍ଥାନରେ ମାଳବିକା କେଶରୀ ଦେଓଙ୍କୁ ଏବଂ ମୟୁରଭଞ୍ଜରୁ ବିଶେଶ୍ୱର ଟୁଡୁ ଙ୍କ ସ୍ଥାନରେ ନବଚରଣ ମାଝୀ ।  ବିଜେପି ଏଥର ବର୍ତ୍ତମାନର ସାଂସଦଙ୍କ ସ୍ଧାନରେ ଏହି ୪ ନୂଆ ମୁହଁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ୧୮ ଜଣ ଘୋଷିତ ପ୍ରାର୍ଥୀ ତାଲିକାରେ ୪ ଜଣ ମହିଳାଙ୍କ ନାମ ଥିବା ବେଳେ ୬ ଆସନରେ ପ୍ରାର୍ଥୀ ବଦଳିଥିବା ଦେଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.