ପେଣ୍ଠକଟାରେ ଡଙ୍ଗା ତିଆରି ଗୋଦାମରେ ବିସ୍ଫୋରଣ, କେହି ଦୁର୍ବୁତ୍ତ ବୋମା ଲୁଚାଇ ରଖିଥିବା ସନ୍ଦେହ

ପୁରୀ ପେଣ୍ଠକଟା କନକଦୂର୍ଗା କଲୋନୀ ଏକ ଡଙ୍ଗା ତିଆରି ଗୋଦାମରେ ବିସ୍ଫୋରଣ। ଡଙ୍ଗାର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏକ ବୁଲା କୁକୁରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ପୁରୀ (କେନ୍ୟୁଜ): ପୁରୀ ପେଣ୍ଠକଟା କନକଦୂର୍ଗା କଲୋନୀ ଏକ ଡଙ୍ଗା ତିଆରି ଗୋଦାମରେ ବିସ୍ଫୋରଣ। ଡଙ୍ଗାର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏକ ବୁଲା କୁକୁରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଖବର ଅନୁଯାୟୀ, ପୁରୀ ପେଣ୍ଠକଟା ପେଟ୍ରୋଲ ପମ୍ପ ପଛ ପଟେ ବିସ୍ଫୋରଣ ହୋଇଛି । ହଠାତ୍‌ ପେଟ୍ରୋଲ ପମ୍ପ ପଛ ପଟେ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା । ଯାହାଫଳରେ ପାଖରେ ଥିବା ଡଙ୍ଗାଟି ସଂପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଛି । ଏହାବ୍ୟତୀତ ଏକ ବୁଲା କୁକୁରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।ଏହି ସ୍ଥାନକୁ ବୋମା କିପରି ଆସିଲା, ସେନେଇ ଛାନ୍‌ଭିନ୍‌ ଜାରି ରହିଛି । କେହି ଦୁର୍ବୁତ୍ତ ବୋମା ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ସିଟି ଡିଏସପି ଓ ବୋମା ନିଷ୍କ୍ରିୟକାରୀ ଦଳ ଉପସ୍ଥିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.