ରାଜଧାନୀରେ ନିର୍ମାଣ କାମକୁ BMCର ଅନୁମତି: ନିୟୋଜିତ ହେବେନି ବାହାର ଶ୍ରମିକ, ସମସ୍ତ ଏଜେନ୍ସୀ-ଡେଭଲପର ଓ କଣ୍ଟ୍ରାକ୍ଟରଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର: ରାଜଧାନୀରେ ନିର୍ମାଣ କାମକୁ ବିଏମ୍‌ସିର ଅନୁମତି । ବିଏମ୍‌ସି ଅଧିନରେ ସହରରେ ଅଟକିଥିବା ନିର୍ମାଣ ପ୍ରକଳ୍ପ ଚାଲିବ । କିନ୍ତୁ ବାହାର ଶ୍ରମିକଙ୍କୁ ଆଣି ନିୟୋଜିତ କରାଯାଇ ପାରିବ ନାହିଁ । ଯେଉଁ ପ୍ରକଳ୍ପ ସ୍ଥାନରେ ଶ୍ରମିକମାନେ ରହୁଛନ୍ତି, ସେମାନଙ୍କୁ ନେଇ କାମ କରାଯିବ । ସେହିପରି ନିର୍ମାଣ କାମ ପାଇଁ ଆବଶ୍ୟକ ହେଉଥିବା ସିମେଣ୍ଟ, ରଡ୍‌ ଆଦି ଦୋକାନ ଖୋଲା ରହିବ । ଏହାସହ ସିମେଣ୍ଟ ଓ ରଡ୍‌ ପରିବହନକୁ ମଧ୍ୟ ଅନୁମତି ଦିଆଯାଇଛି । ପ୍ରକଳ୍ପ ସ୍ଥାନକୁ କେବଳ ରାତିରେ ହିଁ ନିର୍ମାଣ ସାମଗ୍ରୀ ପରିବହନ କରି ନେଇ ହେବ । ରାତି ୧୦ଟାରୁ ଭୋର ୫ଟା ଭିତରେ ପରିବହନ କରିବାକୁ ଅନୁମତି ଦିଆଯାଇଛି । ଏହି ସବୁ ନିୟମକୁ କଡାକଡି ଭାବେ ପାଳନ କରିବାକୁ ସମସ୍ତ ଏଜେନ୍ସୀ, ଡେଭଲପର ଓ କଣ୍ଟ୍ରାକ୍ଟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.