ଯାଜପୁରର ୫ ପଜିଟିଭ୍‌ ପରେ ପ୍ରଶାସନର ପଦକ୍ଷେପ, ୮ଟି ରାଜସ୍ୱ ଗାଁକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ଯାଜପୁର: ଗତକାଲି ଯାଜପୁରରୁ ୫ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହା ପରେ କୋରାଇ ବ୍ଲକ ମକୁନ୍ଦପୁର ପଞ୍ଚାୟତର ୯ଟି ରାଜସ୍ୱ ଗାଁ ମଧ୍ୟରୁ କେବଳ ଜାଗୁଳେଇ ଗଡିଆକୁ ଛାଡି ଅନ୍ୟ ୮ଟି ରାଜସ୍ୱ ଗାଁକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ଏହା ସହ ପଜିଟିଭ୍‌ ଆସିଥିବା ପରିବାର ଲୋକଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । ବିଡିଓ, ତହସିଲଦାର ଓ ଥାନା ଅଧିକାରୀଙ୍କ ସମେତ ଡାକ୍ତରୀ ଟିମ୍‌ ପହଞ୍ଚି ସମସ୍ତ କାର୍ଯ୍ୟର ତଦାରଖ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.