କୋଭିଡ଼ର ତୃତୀୟ ଲହର ପାଇଁ BMC ପ୍ରସ୍ତୁତ : ବିଏମସି କମିଶନର

ଭୁବନେଶ୍ୱର(କେନ୍ୟୁଜ୍‌) : କରୋନାର ତୃତୀୟ ଲହରକୁ ନେଇ ସବୁଠି ଭୟର ବାତାବରଣ । ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ତୃତୀୟ ଲହର ଆସିପାରେ । ରାଜ୍ୟ ସରକାର ମଧ୍ୟ ଏନେଇ ପ୍ରସ୍ତୁତ ରହିଛନ୍ତି ।

ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୧୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଉ ୬୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏପଟେ ସମ୍ଭାବ୍ୟ କୋଭିଡ଼ର ତୃତୀୟ ଲହର ପାଇଁ ବିଏମସି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।

ଭୁବନେଶ୍ୱରରେ ଟିକାକରଣ ପ୍ରାୟ ଶେଷ ହୋଇଥିବା କହିଛନ୍ତି ବିଏମସି କମିଶନର ସଞ୍ଜୟ ସିଂ । ଯେଉଁମାନେ ଟିକା ନେଇ ନାହାନ୍ତି, ସେମାନଙ୍କୁ ଟିକା ଦେବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ବିଏମସି କମିଶନର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.