ପୋଖରୀ ହୁଡାରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର, ଘରୋଇ କଳହରୁ ବିଷ ପିଇ ଆତ୍ମହତ୍ଯା କରିଥିବା ସନ୍ଦେହ

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଫୁଲବଣୀ ଗ୍ରାମରେ ଅଭାବନୀୟ ଘଟଣା। ଫୁଲବାଣୀ ଗ୍ରାମର ଏକ ପୋଖରୀ ହୁଡାରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ମୃତ୍ଯୁର କାରଣ ଅସ୍ପଷ୍ଟ ରହିଛି।

ଆଜି ସକାଳେ ପୋଖରୀ ହୁଡାରେ ଦୁଇ ଜଣଙ୍କ ମୃତଦେହ ପଡିଥିବା ଦେଖି ଗ୍ରାମବାସୀ ମାନେ ପୋଲିସକୁ ଖବର ଦେଇଥିଲେ। ତେବେ ଘରୋଇ କଳହରୁ ଉଭୟ ବିଷ ପିଇ ଆତ୍ମହତ୍ଯା କରିଛନ୍ତି ବୋଲି ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳୁଛି । ଘଟଣାସ୍ଥଳରେ ଭୋଗରାଇ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ମୃତକ ଦୁଇ ଜଣ ବୃଦ୍ଧ ଦମ୍ପତି ହେଲେ ଫୁଲବଣୀ ଗ୍ରାମର କାହ୍ନୁ ମଣ୍ତଳ ଏବଂ ଶାନ୍ତି ମଣ୍ତଳ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.