ପୀର ହାଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲାକୁ ବିଜେପି , ବିଜେଡି ଓ କଂଗ୍ରେସର ବିରୋଧ

ଚାନ୍ଦବାଲି: ମଦକୁ ନେଇ ଭଦ୍ରକ ଜିଲ୍ଲା ପୀରହାଟରେ ରାଜନୀତି ସରଗରମ ହେବାରେ ଲାଗିଛି । ୨୦୧୮ ମସିହାରୁ ବନ୍ଦ ଥିବା ସରକାରୀ ମଦ ଦୋକାନ ପୁଣି ଥରେ ଖୋଲାଯିବାର ଉଦ୍ୟମ ହେଉଥିବାର ଆଲୋଚନା ପରେ ସବୁ ରାଜନୈତିକ ଦଳ ଏହାକୁ ତୀବ୍ର ବିରୋଧ କରିଛନ୍ତି । ସମସ୍ତଙ୍କ ଲକ୍ଷ୍ୟ ନିଶାମୁକ୍ତ ପିରହାଟ । ତେବେ ସରକାରୀ ମଦ ଦୋକାନ ଏକ ପୁରାତନ ସ୍କୁଲ ଠାରୁ କିଛି ବାଟରେ ଖୋଲାଯିବ ବୋଲି ଶୁଣିବାକୁ ପାଇବା ପରେ ପୀରହାଟର ପ୍ରଦେଶ ସେବା ସଂଗଠନ ସୋସିଆଲ ମିଡିଆ , ମାଇକ ପ୍ରଚାର ଓ ଦସ୍ତଖତ ଅଭିଯାନ ମାଧ୍ୟମରେ ମଦ ଦୋକାନ ଖୋଲାକୁ ବିରୋଧ କରିଛି ।

ସେହିଭଳି ବିଜେପି ଓ କଂଗ୍ରେସ ଦଳ ତରଫରୁ ମଦ ଏହାକୁ ତୀବ୍ର ବିରୋଧ କରାଯିବା ସହ ପିରହାଟ ଫାଣ୍ଡି ଅଧିକାରୀଙ୍କୁ ମଦ ଦୋକାନ ନଖୋଲିବାକୁ ଲିଖିତ ଦାବି ଜଣାଇଛନ୍ତି । ତାହାସହ ଯଦି ପ୍ରଶାସନ ଏହି ଦାବିକୁ ନଶୁଣେ ତେବେ ବିଜେପି ଓ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି । ସେହିିପରି ଶାସକ ବିଜେଡି ତରଫରୁ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପସ୍ତାବିତ ମଦ ଦୋକାନ ଖୋଲାଯିବାକୁ ବିରୋଧ କରିଛି ।

ତାହାସହ ମଦ ଦୋକାନ ଖୋଲିବା ନେଇ ସ୍ଥାନୀୟ ସରପଂଚଙ୍କ ପାଖରେ କୈାଣସି ଖବରନାହିଁ ବୋଲି କହିଛନ୍ତି ସରପଂଚଙ୍କ ପ୍ରତିନିଧି । ପୂର୍ବରୁ ମଧ୍ଯ ଏହି ସ୍କୁଲ ପାଖରେ ମଦ ଦୋକାନ ଖୋଲାଯିବାର ନିଷ୍ପତିକୁ ସ୍ଥାନୀୟ ଅଂଚଳର ମହିଳା ମଣ୍ଡଳର ସଦସ୍ୟମାନେ ତୀବ୍ର ବିରୋଧ କରିବା ସହ ଆନ୍ଦୋଳନ କରିଥିଲେ । ତେବେ ପିରହାଟ ନିଶାମୁକ୍ତ କରିବାକୁ ବିଜେପି ,କଂଗ୍ରେସ ଓ ବିଜେଡି ଦଳର ନେତାମାନେ ଚେଷ୍ଟା ଚଳାଉଥିବା ବେଳେ ଏହା କେତେ ଦୂର କାର୍ଯ୍ୟକାରି ହେଉଛି ତାକୁ ସ୍ଥାନୀୟ ଅଂଚଳର ଜନସାଧାରଣମାନେ ଅନାଇ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.