ଗୋଧସ ଜଳ ପ୍ରପାତକୁ ଡେଇଁ ନିଖୋଜ ଥିବା ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର

ନୂଆପଡ଼ା (କେନ୍ଯୁଜ୍): ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଗୋଧସ ଜଳ ପ୍ରପାତରେ ଡେଇଁ ନିଖୋଜ ଥିବା ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର । ଉଭୟଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇ ଶବ ବ୍ଯବଛେଦ ପାଇଁ ପଠାଯାଇଛି। ମୃତକ ଦୁଇ ଜଣ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ଥୁହାପାନି ଗାଁର ଧନିରାମ ଆଁଟି ଓ ଦେମତି ସୋରୀ।

ସୂଚନା ମୁତାବକ, ଉଭୟ ଗତ ୨୬ ତାରିଖ ଦିନ ଏକ ବାଇକ୍‌ରେ ଏଠାକୁ ଆସିଥିଲେ। ଆଉ ବାଇକ୍‌ରୁ ଓହ୍ଲାଇ ହଠାତ୍ ଜଳ ପ୍ରପାତକୁ ଡେଇଁ ପଡ଼ିଥିଲେ। ସେମାନଙ୍କୁ ଡେଇଁବା ବେଳେ କିଛି ସ୍ଥାନୀୟ ଲୋକ ଦେଖିଥିଲେ।  ଏନେଇ ଧରମବନ୍ଧା ଥାନାରେ ଜଣାଇବା ପରେ ଘଟଣାସ୍ଥଳରେ ପହଁଚି ବାଇକ୍, ପୋଷାକ ଓ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଥିଲା ପୋଲିସ୍।

ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରିଥିଲେ ମଧ୍ଯ ପାଇ ନଥିଲେ। ଗତକାଲି ରାତିରେ ସେଠାରେ ୨ଟି ଶବ ଭାସୁଥିବା ନେଇ ଲୋକେ ସୂଚନା ଦେଇଥିଲେ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.