ପୋଲସରା ଅଞ୍ଚଳର ୫ଟି ସ୍ଥାନରେ ବୋମାମାଡ଼, ଦୁର୍ବୃତ ଫେରାର

ବ୍ରହ୍ମପୁର (କେନ୍ୟୁଜ୍) : ପୋଲସରା ଅଞ୍ଚଳରେ ବୋମାମାଡ଼ । ଦୁର୍ବୃତ ୫ଟି ସ୍ଥାନରେ ବୋମାମାଡ଼ କରିବା ସହ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ବୋମାମାଡ଼ରେ ପୋଲସରା ଅଞ୍ଚଳର ଅନୀଲ କୁମାର ମଲ୍ଲିକ ଓ ରାଣିପଡ଼ା ଗାଁର ଶଙ୍କର ବେହେରା ଆହତ ହୋଇଛନ୍ତି । ତାଙ୍କୁ ପ୍ରଥମେ ପୋଲସରା ମେଡିକାଲ ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ବୋମାମାଡ଼ର କାରଣ ଜଣାପଡ଼ିନାହିଁ । ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅଭିଯୂକ୍ତଙ୍କୁ ଧରିବାକୁ ଉଦ୍ୟମ କରୁଛି ପୋଲିସ । ସହରରେ ବୋମାମାଡ଼କୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.