ରାଉରକେଲା ବାସନ୍ତୀ କଲୋନୀରେ ବୋମାମାଡ଼ ଘଟଣା, ୩ ଦୁର୍ବୃତ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍

ରାଉରକେଲା: ରାଉରକେଲା ବାସନ୍ତୀ କଲୋନୀରେ ବୋମାମାଡ଼ ଘଟଣାରେ ପୋଲିସ ପକ୍ଷରୁ ତନାଘନା । ୩ ଦୁର୍ବୃତ୍ତଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଆଜି ସକାଳେ ଘଟଣାସ୍ଥଳରେ ନିଷ୍କ୍ରିୟକାରୀ ଦଳ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିଛନ୍ତି । ଗତକାଲି ରାତିରେ ବାସନ୍ତୀ କଲୋନୀରେ ବୋମମାଡ଼ରେ ପୂର୍ବତନ କାଉନସିଲର ତଥା ଠିକାଦାର ଆଶିଷ ମହାନ୍ତି ଆହତ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଇସ୍ପାତ ଜେନେରାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତାରୁ ଏହି ବୋମାମାଡ଼ ହୋଇଥିବା ସନ୍ଦେହ କରୁଛି ପୋଲିସ । କିଏ ଓ କାହିଁକି ବୋମାମାଡ଼ କଲା ତଦନ୍ତ ଜାରି ରଖିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.