ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ବୌଦ୍ଧ ପୋଲିସ୍, ଦଶ କୋଟିରୁ ଉର୍ଦ୍ଧ୍ଵ ମୂଲ୍ୟର ଗଞ୍ଜେଇ ଜବତ

ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ବୌଦ୍ଧ ପୋଲିସ୍ । ପ୍ରାୟ ଦଶ କୋଟିରୁ ଉର୍ଦ୍ଧ୍ଵ ମୂଲ୍ୟର ଗଞ୍ଜେଇ ମହାରାଷ୍ଟ୍ରକୁ ଚାଲାଣ କରାଯାଉଥିବା ବେଳେ ଧରାପଡ଼ିଲା ଗଞ୍ଜେଇ ଭର୍ତ୍ତି ଟ୍ରକ । ଏହି ଗାଡିକୁ ବୌଦ୍ଧ ବ୍ରିଜ ଛକରୁ ଧରିଛି ପୋଲିସ ।

ବୌଦ୍ଧ (କେନ୍ୟୁଜ): ଉପରେ କାଜୁ ଆଉ ଭିତରେ ଗଞ୍ଜେଇ । ଏକଦମ୍‌ ପୁଷ୍ପା ଷ୍ଟାଇଲରେ ହେଉଥିଲା ଗଞ୍ଜେଇ ଚାଲାଣ । ଯିଏ ଦେଖିବ ତାକୁ ଲାଗିବ ଯେ ଗାଡିରେ କାଜୁ ଲୋଡ୍‌ ହୋଇଛି କିନ୍ତୁ ଭିତରେ ରହିଛି ଗଞ୍ଜେଇ । ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ବୌଦ୍ଧ ପୋଲିସ୍ । ପ୍ରାୟ ଦଶ କୋଟିରୁ ଉର୍ଦ୍ଧ୍ଵ ମୂଲ୍ୟର ଗଞ୍ଜେଇ ମହାରାଷ୍ଟ୍ରକୁ ଚାଲାଣ କରାଯାଉଥିବା ବେଳେ ଧରାପଡ଼ିଲା ଗଞ୍ଜେଇ ଭର୍ତ୍ତି ଟ୍ରକ । ଏହି ଗାଡିକୁ ବୌଦ୍ଧ ବ୍ରିଜ ଛକରୁ ଧରିଛି ପୋଲିସ ।

କାଜୁ ଭର୍ତ୍ତି ଗାଡ଼ିରେ ଚାଲାଣ କରୁଥିଲେ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଉପରେ କାଜୁ ରଖି ତଳେ ବସ୍ତା ବସ୍ତା ଗଞ୍ଜେଇ ନେଉଥିବା ବେଳେ ପ୍ରାୟ ୧୦ କୁଇଣ୍ଟାଲ ୨୫ କେଜି ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ବୌଦ୍ଧ ଆଦର୍ଶ ଥାନା ଆମ୍ବଝରି-ଗୋଛପଡା ଜଙ୍ଗଲରେ ବଡ଼ ଧରଣର ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ପାଇ ଗତକାଲି ରେଡ଼ ମାରିଥିବା ବେଳେ କିଛି ଗଞ୍ଜେଇ ଜବତ କରିଥିଲା ପୋଲିସ୍ ତେଣୁ ଏତେ ବଡ଼ ପରିମାଣର ଗଞ୍ଜେଇ ଚାଲାଣ ହୋଇଥିବାର ପୋଲିସ ଜାଣିପାରିଥିଲା ।

ଏନେଇ ପୋଲିସ ପକ୍ଷରୁ ଗତକାଲି ସକାଳୁ ବ୍ରିଜ ଛକରୁ ଏକ ଗଞ୍ଜେଇ ଭର୍ତ୍ତି ଟ୍ରକକୁ ଜବତ କରିଥିଲା । ତେବେ ଗାଡିରୁ ୧୦ କୁଇଣ୍ଟାଲ ୨୫ କେଜି ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଚାଲାଣକାରୀ ମାନେ ହେଲେ ମହାରାଷ୍ଟ୍ର ପରଡ଼ି ଥାନା ଅଞ୍ଚଳର ଆଜାଦ ସରଫରାଜ୍ ଖାନ ଓ ମିଲନ ଯାଦବ ।

ତାଙ୍କ ନିକଟରୁ ନଗଦ ୧୮ ହଜାର ଟଙ୍କା ସମେତ ୨ଟି ମୋବାଇଲ ଫୋନ ମଧ୍ୟ ଜବତ କରିଛି ବୌଦ୍ଧ ପୋଲିସ । ତେବେ ପ୍ରାରମ୍ଭିକ ତଦନ୍ତରୁ ଏହା ମହାରାଷ୍ଟ୍ର ଚାଲାଣ ହେଉଥିବା ପୋଲିସ ପକ୍ଷରୁ କୁହାଯାଇଛି । ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଏଥିରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ତାହା ମଧ୍ୟ ଖୁବ୍ ଶୀଘ୍ର ଧରା ଯିବ ବୋଲି ସୂଚନା ଦେଇଛନ୍ତି ବୌଦ୍ଧ ଏସିପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.