ମୋହନା: ଖେଳୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାମୁଁଘରେ ଭଣଜାର ମୃତ୍ୟୁ

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲା ମୋହନା ଥାନା ପେଣ୍ଡ୍ରାଖୋଲ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଆର.ଉଦୟଗିର ଥାନା ତରବଙ୍ଗ ଗାଁର ସିମାଞ୍ଚଳ ନାୟକ ଓ ତାଙ୍କ ସମ୍ପର୍କିୟ ଭାଇ ବିସିକେଶନ ଯାନୀ ମାମୁଁ ଘର ପେଣ୍ଡ୍ରାଖୋଲ ବୁଲିବା ପାଇଁ ଆସିଥିଲେ। ମାମୁଁ ଘର ଗାଁର କିଛି ପିଲାଙ୍କ ସହ ଖେଳିବା ସମୟରେ ଏକ ମାଟି ଗଦା ଉପରକୁ ଚଢିଥିଲେ । ସେଠାରେ ଏକ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଯାହା ଫଳରେ ସିମାଞ୍ଚଳଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା ଓ ବିସିକେଶନ ଗୁରୁତର ଆହାତ ହୋଇଥିଲେ। ପରିବାର ଲୋକେ ବିସିକେଶନଙ୍କୁ ମୋହନା ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.