ବାଲୁଗାଁରେ ଅଭାବନୀୟ ଘଟଣା: ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଟାଙ୍ଗୀ(କେନ୍ୟୁଜ୍):  ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଅଭାବନୀୟ ଘଟଣା । ଇଞ୍ଜନପୁର ଗାଁର ସୁରେଶ ବାରିକଙ୍କ ଝିଅ ନୈନା ବାରିକ ଓ ବାଣପୁର ଥାନା ଅନ୍ତର୍ଗତ ବିଷ୍ଣୁଡିହ ଗାଁର ଗଣେଶ ମାଝୀଙ୍କ ପୁଅ ବିଘ୍ନେଶ ମାଝୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଉଭୟ ବିଷ୍ଣୁଡିହ ଗାଁର ପାଣିଟାଙ୍କି ନିକଟରେ ବିଷ ପିଇ ଆତ୍ମହତ୍ୟା କରିଥିବା ବେଳେ ସ୍ଥାନୀୟ ଲୋକ ଦୁଇଜଣଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିେଲେ । ହେଲେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ତେବେ କେଉଁ ପରିସ୍ଥିତିରେ ଉଭୟ ଆତ୍ମହତ୍ୟା କଲେ ସେନେଇ ଅଧିକ ତଦନ୍ତ ଚଳାଇଛି ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.