ଠକେଇ ଓ ପ୍ରତାରଣାର ଶିକାର ହେଲେ ଜଣେ ଭିନ୍ନକ୍ଷମ ଛାତ୍ରୀ, ଅଭିଯୋଗ ପରେ ଧୋକାବାଜ୍ ପ୍ରେମିକକୁ ଗିରଫ କଲା ପୋଲିସ୍

କଟକ: ଠକେଇ ଓ ପ୍ରତାରଣାର ଶିକାର ହେଲେ ଭିନ୍ନକ୍ଷମ ଛାତ୍ରୀ। ଯିଏକି ରେଭେନ୍ସା ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ। ପ୍ରଥମେ ଫେସବୁକ୍ରେ ପରିଚୟ, ପରେ ପ୍ରେମ ଓ ତାପରେ ପ୍ରତାରଣା। ଜଣେ ଦୃଷ୍ଟି ବାଧିତ ଛାତ୍ରୀଙ୍କୁ ଧୋକା ଦେଇ ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ନେଇ ଛୁ ମାରିଛି ପ୍ରେମିକ।

ଅନଲାଇନ ବ୍ୟାଙ୍କିଙ୍ଗ ଆପ ଜରିଆରେ ଷ୍ଟାଇପେଣ୍ଡ ଓ ସ୍କଲାରସିପ ଟଙ୍କା ହଡପ କରି ଫେରାର ହୋଇଯାଇଛି ଧୋକାବାଜ୍ ପ୍ରେମିକ। ଖାଲି ସେତିକି  ନୁହେଁ ଲାପଟପ ମଧ୍ୟ ନେଇଯାଇଛି ଅଭିଯୁକ୍ତ। ଅଭିଯୁକ୍ତର ନା ସୌମ୍ୟ ରଂଜନ ବେହେରା । ତେବେ ପୋଲିସ୍ ତାକୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ହେବାପରେ ସୌମ୍ୟକୁ କୋର୍ଟ ଚାଲାଣ କରିଛି ମାଲଗୋଦାମ ଥାନା ପୋଲିସ। ଏହାସହ ଲାପଟପ ଓ ଫୋନ ଜବତ କରିଛି ପୋଲିସ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.