ବୋମା ମାଡରେ ଥରିଲା ବ୍ରହ୍ମଗିରି ; ପୂର୍ବ ଶତ୍ରୁତାକୁ ନେଇ ଦଣ୍ଡୁଆସିପଡାରେ ଗୋଷ୍ଠୀ ସଂଘର୍ଷ, ୨ ଗୁରୁତର

ବ୍ରହ୍ମଗିରି (କେନ୍ୟୁଜ): ବୋମାମାଡରେ ଥରିଲା ବ୍ରହ୍ମଗିରି । ପୂର୍ବ ଶତ୍ରୁତାକୁ ନେଇ ଦଣ୍ଡୁଆସପଡାରେ ଗୋଷ୍ଠୀ ସଂଘର୍ଷ । ତୁହାକୁ ତୁହା ବୋମାମାଡ । ବୋମା ଓ ଗୁଳିମାଡରେ ଅଶାନ୍ତ ହୋଇପଡିଛି ବ୍ରହ୍ମଗିରି । ଗୋଷ୍ଠୀ ସଂଘର୍ଷରେ ୪୦ରୁ ଅଧିକ ବୋମା ମାଡ଼ ଓ ୧୦ ରାଉଣ୍ଡରୁ ଅଧିକ ଗୁଳି ଚାଳନା ହୋଇଛି । ଗୋଟିଏ ଗୋଷ୍ଠୀର ଦୁଇ ଯୁବକ ପାଖ ଗାଁ ଦୋକାନକୁ ଚିକେନ କିଣି ଫେରିବା ବେଳେ ଅନ୍ୟ ଗୋଷ୍ଠୀର ଲୋକେ ବୋମା ମାଡ କରିଥିଲେ । ଗୁରୁତର ୨ ଯୁବକ ହେଲେ ଲୁଷିକାନ୍ତ ପ୍ରଧାନ ଓ ଶୁଭାଶିଷ ପ୍ରଧାନ । ପୂର୍ବରୁ ଫେବୃୟାରୀ ୧୦ ତାରିଖରେ ପଂଚାୟତ ର୍ନିବାଚନକୁ ନେଇ ଦୁଇ ରାଜନୈତିକ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇ ୮ ଜଣ ଆହତ ହୋଇଥିଲେ । ଏହି ମାମଲାରେ ପୁଲିସ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଫେବୃୟାରୀ ୧୮ରେ ର୍ନିବାଚନ ସରିବା ପରେ ୬ଜଣ କୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇ ଜେଲରୁ ମୁକୁଳିଥିଲେ । ଜେଲରୁ ମୁକୁଳିବା ପରେ ୧୯ ତାରିଖରେ ପୁଣି ଗୋଷ୍ଠୀ ସଂଘର୍ଷ ହୋଇଥିଲା । ପୋଲିସ ଗାଁରେ ଚଢଉ କରି ୨୧ ଜଣଙ୍କୁ ଗିରଫ କରିଥିଲା । ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ସେପଟେ ଗିରଫ ଭୟରେ ପୁରୁଷ ଶୂନ୍ୟ ହୋଇପଡିଛି ଗାଁ । ସୁରକ୍ଷା ପାଇଁ ଗାଁରେ ବ୍ରହ୍ମଗିରି IICଙ୍କ ସମତେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ ହୋଇଛନ୍ତି । ଘଟଣାସ୍ଥଳରୁ ୩ଟି ଅଫୁଟା ବୋମା ଜବତ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.