ଜାତୀୟ ସ୍ତରରେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ବିଜେତା ହୋଇଛନ୍ତି ଓଡିଶାର ଶଶାଙ୍କ

ନବରଙ୍ଗପୁର (କେନ୍ୟୁଜ): ଜାତୀୟ ସ୍ତରରେ ରୋପ୍ୟ ପଦକ ଜିତି ଓଡିଶା ମାଟିକୁ ଗୌରବାନ୍ୱିତ କରିଛନ୍ତି ନବରଙ୍ଗପୁର ଗୌସିକ ଫିଟନେସ ପାର୍କର ଶଶାଙ୍କ ଶେଖର ସାହୁ। ସିକିମ ରାଜ୍ୟ ଗେଂଗଟକ ସହର ସ୍ଥିତ ମନାନ କେନ୍ଦ୍ର ଠାରେ ଇଣ୍ଡିଆନ ବୋଡି ବିଲ୍ଡର୍ସ ଫେଡରସନ ତରଫରୁ ଆୟୋଜିତ କରାଯାଇଥିଲା ୧୧ ତମ ଜାତୀୟ ସ୍ତରୀୟ ଫେଡରସନ କପ,ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା।

ଏଥିରେ ୬୫ କିଲୋ ବର୍ଗ ରେ ରୋପ୍ୟ ପଦକ ବିଜେତା ହୋଇଛନ୍ତି ଓଡିଶାର ଶଶାଙ୍କ। ଏହି ପ୍ରତିଯୋଗିତା ରେ ୬୫ କିଲୋ ବର୍ଗ ରେ ୪୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ, ସମସ୍ତ ଙ୍କୁ ପଛରେ ପକାଇ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି ଶଶାଙ୍କ। ଏହି ପ୍ରତିଯୋଗିତା ପାଇଁ ସେ ଗତ ୬ ମାସ ଧରି ଗୌସିକ ଫିଟନେସ ପାର୍କ, ନବରଙ୍ଗପୁର ଠାରେ ଦିନକୁ ପ୍ରାୟ ୮ ଘଣ୍ଟା ସମୟ ପରିଶ୍ରମ କରୁଥିଲେ। ନିଜର ଖାଇବା ଉପରେ ମଧ୍ୟ ଯଥେଷ୍ଟ ଧ୍ୟାନ ଦେବା ସହ ବୋଡି ଫିଟନେସ ପାଇଁ ସବୁ ବେଳେ ଗାଇଡ଼ କରିଆସୁଥିଲେ ଟ୍ରେନର ରୋମିଓ ପାତ୍ର। ଦୀର୍ଘ ୬ ମାସ ସେ ତେଲ ଆଉ ଲୁଣ ନ ଖାଇ କେବଳ ସିଝା ଖାଉଥିବା କହିଛନ୍ତି ଶଶାଙ୍କ । ଏ ସଫଳତାର ଶ୍ରେୟ ନିଜ ପରିବାର ଆଉ ତାଙ୍କ ଟ୍ରେନର କୁ ଦେଇଛନ୍ତି l ଦୃଢ଼ ଇଛାଶକ୍ତି ଆଉ ପରିଶ୍ରମ କଲେ ସଫଳତା ନିଶ୍ଚୟ ମିଳିବ ବୋଲି କହିଛନ୍ତି ଆଗକୁ ମଧ୍ୟ ସେ ଅଭ୍ୟାସ ଜାରି ରଖିବା ସହ ବିଶ୍ୱ ସ୍ତର ରେ ପଦକ ଜିତିବା ଲକ୍ଷ ରେ ରହିଛନ୍ତି।

ସିକିମରୁ ଆଜି ନବରଙ୍ଗପୁର ପହଂଚିବା ପରେ ତାଙ୍କୁ ମା ଭଣ୍ଡାରଘରଣୀ ମନ୍ଦିରରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଭିନ୍ନ ଅନୁଷ୍ଠାନ ଆଉ ଯୁବ ଗୋଷ୍ଠୀ ଙ୍କ ତରଫରୁ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଯାଇଥିଲା। ଉପ ଜିଲ୍ଲାପାଳ ଏବଂ ନବରଙ୍ଗପୁର ଟାଉନ ଥାନା ଅଧିକାରୀ ଗୌସିକ ଫିଟନେସ ପାର୍କରେ ସସାଙ୍କ ଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ ନବରଙ୍ଗପୁର ଭଳି ଏକ ପଛୁଆ ଜିଲ୍ଲା ରେ ମଧ୍ୟ ନିଜ କୃତିତ୍ବ ଦେଖାଇ ଅନେକ ପିଲା ପୂର୍ବରୁ ଏହି ଗୌଶିକ ଫିଟନେସ ପାର୍କ ତରଫରୁ ଅନ୍ତରାଜ୍ୟ ଓ ରାଜ୍ୟ ବାହାରେ ଭଲ ସ୍ୱାସ୍ଥ୍ୟ ପ୍ରଦର୍ଶନ କରି ଅନେକ ପୁରସ୍କାର ଜିତିଛନ୍ତି l ଯାହାକି ଆମ ଜିଲ୍ଲା ପାଇଁ ଏକ ଗର୍ବ ଓ ଗୌରବର ବିଷୟ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.