ବ୍ରାଉନସୁଗର କାରବାରରେ ନୂଆ ଟେକନିକ୍‌, ନିଶା ବଟିକାକୁ ଗୁଣ୍ଡ କରି ବ୍ରାଉନସୁଗରରେ ମିଶାଇ ହେଉଥିଲା ବିକ୍ରି

କଟକ (କେନ୍ୟୁଜ୍‌) : ବ୍ରାଉନ ସୁଗର କାରବାରର ନୂଆ ଢାଞ୍ଚା । ନିଶା ବଟିକାକୁ ଗୁଣ୍ଡ କରି ବ୍ରାଉନସୁଗରରେ ମିଶାଇ ହେଉଥିଲା ବିକ୍ରି । କଟକ ସିଡିଏ ଅଞ୍ଚଳର ଏକ ବ୍ରାଉନ ସୁଗାର ରାକେଟର ପର୍ଦ୍ଦାଫାଶ କରି ଏଭଳି ଚାଞ୍ଚଲ୍ୟକର ତଥ୍ୟ ରଖିଛି ମର୍କତ ନଗର ଥାନା ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ସିଡିଏ ସେକ୍ଟର ୬ ଅଞ୍ଚଳରେ ଚଢ଼ାଉ କରିଥିଲା। ଆସାମୀମାନଙ୍କ ବୟାନ ଆଧାରରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଆବିଦକୁ ଦରଘାବଜାରରୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ଠାରୁ ୨୩୩ ଗ୍ରାମ ବ୍ରାଉନସୁଗର, ୪ ଟି ବାଇକ, ବିପୁଳ ପରିମାଣର ନିଶା ବଟିକା, ନଗଦ ୩୧ ହଜାର ଟଙ୍କା ଜବତ କରାଯାଇଛି। ମୋଟ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜବତ ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ୨୩ ଲକ୍ଷ ଟଙ୍କା ହେବ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.