ରାଜଧାନୀରୁ ୧ କୋଟିର ବ୍ରାଉନ୍‌ସୁଗାର ଜବତ, ସରକାରୀ କ୍ୱାର୍ଟରରେ ଥିଲା ଧଳାଜହର

ସରକାରୀ କ୍ୱାର୍ଟର କ୍ୟାମ୍ପସରେ ବ୍ରାଉନସୁଗାର ଡିଲ ଚାଲୁଥିବାବେଳେ ଅଭିଯୁକ୍ତଙ୍କୁ ଧରିଲା ଏସଟିଏଫ । ଭୁବନେଶ୍ୱରରେ ଡ୍ରଗ୍ସ ଡିଲ କାରବାର ଚାଲୁଥିବା ସୂଚନା ମିଳିବା ପରେ କମିଶନରେଟ ପୋଲିସର ସୂଚନାରେ ଏସଟିଏଫ ଚଢାଉ କରି ଅଭିଯୁକ୍ତ ଚିତରଞ୍ଜନ ସାହୁକୁ ଗିରଫ କରିଛି ।

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ୟୁନିଟ -୮ ଅଞ୍ଚଳରୁ ବ୍ରାଉନସୁଗର ବେପାରୀ ଗିରଫ । ଚିତ୍ତରଞ୍ଜନ ସାହୁକୁ ଗିରଫ କଲା ଏସ୍‌ଟିଏଫ୍‌। ତା ନିକଟରୁ ୧ କେଜି ୧୦୭ ଗ୍ରାମ ବ୍ରାଉନସୁଗର ସହ ଗୋଟିଏ ମୋଟରସାଇକେଲ ଜବତ ହୋଇଛି। କମିସନରେଟ ପୋଲିସ ସହାୟତାରେ ବ୍ରାଉନସୁଗର ବେପାରୀକୁ ଗିରଫ କରାଯାଇଛି । ମୋଟର ସାଇକେଲରେ ବ୍ରାଉନସୁଗର ଧରି ବିକ୍ରି କରୁଥିବା ସମୟରେ ମାଡି ବସିଲା STF । ସରକାରୀ କ୍ଵାର୍ଟର କ୍ୟାମ୍ପସରେ ଚାଲିଥିଲା ବ୍ରାଉନସୁଗର ଡିଲ୍‌ ।

ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ୧୦ ଲକ୍ଷରୁ ଅଧିକ ହେବ। ବେପାରୀ ଚିତ୍ତରଞ୍ଜନ ସାହୁକୁ ଡିଲ ବେଳେ ଗିରଫ କଲା STF । ଚିତ୍ତରଞ୍ଜନ ସାହୁଙ୍କ ଘର ଢେଙ୍କାନାଳରେ। ଭୁବନେଶ୍ୱରରେ ସେ କାରବାର କରୁଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା STF । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ନିଶା ବେପାର ବିରୋଧରେ ଜାରି ରହିଛି ସ୍ପେଶାଲ ଡ୍ରାଇଭ । ୨୦୨୦ରୁ ଆଜି ମଧ୍ୟରେ ୬୯ କେଜି ବ୍ରାଉନସୁଗର ଜବତ କରିଛି STF । ୨୦୨ ଗ୍ରାମ କୋକେନ ଓ ୧୧୩ କୁଇଣ୍ଟାଲ ଗଞ୍ଜେଇ ମଧ୍ୟ ଜବତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.