୧ଲକ୍ଷ ୬୦ ହଜାର ଟଙ୍କାର ବ୍ରାଉନସୁଗର ଜବତ, ଦୁଇ ଗିରଫ

ଭଦ୍ରକ ଗ୍ରାମାଞ୍ଚଳ ପୋଲିସକୁ ସଫଳତା। ୧ଲକ୍ଷ ୬୦ ହଜାର ଟଙ୍କାର ବ୍ରାଉନସୁଗର ଜବତ ହୋଇଛି। ବେଆଇନ କାରବାରରେ ସମ୍ପୃକ୍ତ ଥିବା ଦୁଇ ଜଣ ଯୁବକ ଗିରଫ ହୋଇଛନ୍ତି।

ଭଦ୍ରକ:  ଭଦ୍ରକ ଗ୍ରାମାଞ୍ଚଳ ପୋଲିସକୁ ସଫଳତା। ୧ଲକ୍ଷ ୬୦ ହଜାର ଟଙ୍କାର ବ୍ରାଉନସୁଗର ଜବତ ହୋଇଛି। ବେଆଇନ କାରବାରରେ ସମ୍ପୃକ୍ତ ଥିବା ଦୁଇ ଜଣ ଯୁବକ ଗିରଫ ହୋଇଛନ୍ତି। ଗିରଫ ଦୁଇ ଯୁବକ ହେଲେ ଭଦ୍ରକ ପୁରୁଣା ବଜାର ଥାନା ଅଧିନସ୍ଥ ଛଡ଼କ ମହଲାର ସେକ ଇଫତିକାର ଓ ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ସୁନାପାଲି ଗାଁର ଏମ. ଡି .ଇମ୍ରାନ ।

ଏହି ଦୁଇ ଯୁବକ ସନ୍ଦେହ ଜନକ ଭାବେ ଚରମ୍ପା ବଉଳ ପୋଖରୀ ସ୍ଥିତ ମାଷ୍ଟର କଲୋନୀ ଛକ ନିକଟରେ ବୁଲୁଥିଲେ। ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପାଟ୍ରୋଲିଂ ବେଳେ, ସନ୍ଦେହ କରି ସେମାନଙ୍କୁ କୌଶଳକ୍ରମେ କାବୁ କରିଥିଲେ। ସେମାନଙ୍କ ନିକଟରୁ ୧୫.୬୦ ଗ୍ରାମର ବ୍ରାଉନ ସୁଗର ସହ ଗୋଟିଏ ମୋବାଇଲ ଫୋନ ଜବତ କରାଯାଇଛି। ଏହି ଦୁଇ ଯୁବକ ବେଆଇନ ଭାବେ ବ୍ରାଉନ ସୁଗର କାରବାର କେତେଦିନ ହେଲା କରୁଥିଲେ। କେଉଁ ସବୁ ଅଞ୍ଚଳକୁ ଯୋଗାଣ କରୁଥିଲେ , ତାର ତଦନ୍ତ ପୋଲିସ କରୁଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବାସୁଦେବପୁର ଏସଡିପିଓ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.