ନାସିକ୍‌ର କାଲାରାମ ମନ୍ଦିରରେ ଶ୍ରମଦାନ କଲେ ପ୍ରଧାନମନ୍ତ୍ରୀ ମୋଦି, ସ୍ୱଚ୍ଛତା ଅଭିଯାନ ଅଧୀନରେ ପରିସର କଲେ ସଫେଇ

ମହାରାଷ୍ଟ୍ରର ନାସିକରେ କାଲାରାମ ମନ୍ଦିର ପରିସରରେ ଶ୍ରମଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ୍‌ ମୋଦି ଆଜି ‘ସ୍ୱଚ୍ଛ ଭାରତ ମିଶନ’ ଅଧୀନରେ ମନ୍ଦିର ପରିସର ସଫେଇ କରିଛନ୍ତି ।

ମହାରାଷ୍ଟ୍ରର ନାସିକରେ କାଲାରାମ ମନ୍ଦିର ପରିସରରେ ଶ୍ରମଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ୍‌ ମୋଦି ଆଜି ‘ସ୍ୱଚ୍ଛ ଭାରତ ମିଶନ’ ଅଧୀନରେ ମନ୍ଦିର ପରିସର ସଫେଇ କରିଛନ୍ତି । ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଯୁବ ମହୋତ୍ସବର ଉଦ୍‌ଘାଟନ ପୂର୍ବରୁ ନାସିକରେ ଏକ ମେଗା ରୋଡ୍‌ ଶୋ’ କରିଥିଲେ । ରୋଡ୍‌ ଶୋ’ ପରେ ସେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣଭିସ୍‌ ଓ ଅଜିତ୍‌ ପାଓ୍ଵାରଙ୍କ ସହ କାଲାରାମ ମନ୍ଦିର ଯାଇଥିଲେ ।

ମୋଦି ଭଗବାନ ରାମଙ୍କ ପ୍ରସିଦ୍ଧ କାଲାରାମ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଭଜନକୀର୍ତ୍ତନରେ ସାମିଲ ହୋଇଥିଲେ । ଏହି ସମୟରେ ସେ ଗିନି, ଝାଞ୍ଜ ମଧ୍ୟ ବଜାଇଥିଲେ । ଅଯୋଧ୍ୟା ରାମ ମନ୍ଦିର ଉଦ୍‌ଘାଟନର ଠିକ୍‌ ୧୦ ଦିନ ପୂର୍ବରୁ ପିଏମ୍‌ କାଲାରାମ ମନ୍ଦିର ଗସ୍ତ କରିଛନ୍ତି । ମନ୍ଦିର ଟ୍ରଷ୍ଟି ଅନିକେତ ନିକମ ଓ ଧନଞ୍ଜୟ ପୂଜାରୀ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ।

ପିଏମ୍‌ ମୋଦି ମନ୍ଦିରରେ ଭଗବାନ ଗଣେଶ ଓ ଭଗବାନ ରାମଙ୍କ ପୂଜାର୍ଚ୍ଚନା ସହ ଆଳତି କରିଥିଲେ । ମୁଖ୍ୟ ପୁରୋହିତ ମହନ୍ତ ସୁଧୀରଦାସ ପୂଜାରୀ ପୂଜାପାଠ କରାଇଥିଲେ । ମୋଦି ମନ୍ଦିର ପ୍ରାଙ୍ଗଣ ପରିକ୍ରମା କରି ଏଠାରେ ଭଜନକୀର୍ତ୍ତନରେ ସାମିଲ ହୋଇଥିଲେ । ସେ ଭକ୍ତମାନଙ୍କ ସହ ଗିନି, ଝାଞ୍ଜ ବଜାଇଥିଲେ । ମନ୍ଦିର ଟ୍ରଷ୍ଟର ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ସାଲ୍‌, ମାନପତ୍ର, ସ୍ମୃତିଚିହ୍ନ, ଭଗବାନ ରାମଙ୍କ ଚାନ୍ଦି ମୂର୍ତ୍ତି ଏବଂ ରାମ, ଲକ୍ଷ୍ମଣ, ସୀତାଙ୍କ ଫଟୋ ପ୍ରଦାନ କରି ସମ୍ମାନିତ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.