ମୃତ୍ୟୁ ବି ଏମିତି ଆସେ, କ୍ରିକେଟ ଖେଳୁ ଖେଳୁ ଚାଲିଗଲା ଜୀବନ

ରନ୍‌ ନେବା ପାଇଁ ଦୌଡ଼ୁଥିଲେ କିନ୍ତୁ ହଠାତ ପିଚ୍‌ ମଝିରେ ହିଁ ଅଚେତ ହୋଇ ପଡ଼ିଲେ । ତାଙ୍କୁ ଏମିତି ପଡ଼ି ଯାଉଥିବା ଦେଖି ଅନ୍ୟ ଖେଳାଳୀମାନେ ତାଙ୍କ ପାଖକୁ ଯାଇ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସବୁ ଚେଷ୍ଟା ପରେ ବି ଆଖି ବୁଜିଥିଲେ ଯୁବ ଇଞ୍ଜିନିୟର ।

ମୃତ୍ୟୁ ଯେତେବେଳେ ଆସେ ନା ଦେଖେ ସମୟ ନା ଦେଖେ ମଣିଷ । ସମ୍ପୂର୍ଣ୍ଣ ସୁସ୍ଥ ଥିବା ମଣିଷ ବି କେତେବେଳେ ଯେ ଯମ ହାବୁଡ଼ରେ ପଡ଼ିବ ସେ ବିଷୟରେ କେହି କହି ପାରିବେ ନାହିଁ । ଠିକ ଏମିତି କିଛି ଘଟିଛି ଜଣେ ଇଞ୍ଜିନିୟରଙ୍କ ସହ । ସକାଳୁ ଉଠି ମନ ଖୁସିରେ କ୍ରିକେଟ ଖେଳିବା ପାଇଁ ଯାଇଥିଲେ କିନ୍ତୁ ଏହା ଯେ ତାଙ୍କର ଶେଷ ଖେଳ ହେବ ସେ କେବେ ଭାବି ନଥିଲେ । କ୍ରିକେଟ ପଡ଼ିଆରେ ହିଁ ଶେଷ ନିସ୍ୱାସ ତ୍ୟାଗ କଲେ । ରନ୍‌ ନେବା ପାଇଁ ଦୌଡ଼ୁଥିଲେ କିନ୍ତୁ ହଠାତ ପିଚ୍‌ ମଝିରେ ହିଁ ଅଚେତ ହୋଇ ପଡ଼ିଲେ । ତାଙ୍କୁ ଏମିତି ପଡ଼ି ଯାଉଥିବା ଦେଖି ଅନ୍ୟ ଖେଳାଳୀମାନେ ତାଙ୍କ ପାଖକୁ ଯାଇ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସବୁ ଚେଷ୍ଟା ପରେ ବି ଆଖି ବୁଜିଥିଲେ ଯୁବ ଇଞ୍ଜିନିୟର । ବୟସ ତାଙ୍କୁ ମାତ୍ର ୩୪ ହୋଇଥିଲା । ସଫ୍ଟେଓ୍ଵର ଇଞ୍ଜିନିୟର ଭାବେ କାମ କରୁଥିଲେ ଆଉ ସମୟ ପାଇଲେ ବେଳେବେଳେ କ୍ରିକେଟ ଖେଳୁଥିଲେ । କିନ୍ତୁ ଏ କ୍ରିକେଟ ଯେ ତାଙ୍କ ପାଇଁ କାଳ ହେବ ସେ କେବେ କଳ୍ପନା କରି ନଥିଲେ । ଆଉ ଏତେ କମ୍‌ ବୟସରେ ହିଁ ମୃତ୍ୟୁକୁ ସାମ୍ନା କରିଛନ୍ତି ଏ ଯୁବକ ।

ସାରା ବିଶ୍ୱରେ ହାର୍ଟ ଆଟାକ ମୃତ୍ୟୁର ଏକ ପ୍ରମୁଖ କାରଣ ହୋଇଛି ଏବଂ ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ହାର୍ଟ ରୋଗୀଙ୍କ ସଂଖ୍ୟା ବଢ଼ି ଯାଇଛି । କେବଳ ଏତିକି ନୁହେଁ, ଗତ କିଛି ବର୍ଷ ମଧ୍ୟରେ ଯୁବ ପିଢ଼ି ମାନଙ୍କ ମଧ୍ୟରେ ହାର୍ଟ ସମ୍ବନ୍ଧୀୟ ସମସ୍ୟା ଏତେ ବଢ଼ିଯାଇଛି ଯେ ଅନେକ ଯୁବକ ମୃତ୍ୟୁ ମୁଖରେ ପଡ଼ିଛନ୍ତି । ସୂଚନା ଅନୁସାରେ ଗତ ରବିବାର ଦିନ ନୋଏଡ଼ାରେ କ୍ରିକେଟ୍ ଖେଳୁଥିବାବେଳେ ଜଣେ ଯୁବ ଇଞ୍ଜିନିୟର ପଡ଼ିଆରେ ହିଁ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ।

ଇଞ୍ଜିନିୟରଙ୍କ ନାଁ ହେଉଛି ବିକାଶ ନେଗି । ସେ ରନ୍ ନେବା ପାଇଁ ପିଚରେ ଦୌଡିବା ସମୟରେ ହିଁ ହଠାତ୍‌ ତଳେ ପଡ଼ି ଯାଇଥିଲେ । ତାଙ୍କୁ ତଳେ ପଡ଼ି ଯାଉଥିବାର ଦେଖି ୱିକେଟ୍ କିପର୍‌ ତାଙ୍କ ଆଡକୁ ଦୌଡିଥିବାବେଳେ ଅନ୍ୟ ଖେଳାଳିମାନେ ମଧ୍ୟ ତାଙ୍କୁ ସାହାଯ୍ୟ କରିବାକୁ ତାଙ୍କ ପାଖକୁ ଯାଇଥିଲେ । ଏହା ପରେ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଇଞ୍ଜିନିୟରଙ୍କ ମୃତ୍ୟୁ ହାର୍ଟ ଆଟାକରେ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ପ୍ରକାଶ ପାଇଛି । ବିକାଶ ପୂର୍ବରୁ କୋଭିଡରେ ପୀଡିତ ଥିଲେ ଏବଂ ପରେ ସେ ସୁସ୍ଥ ହୋଇଥିଲେ । ନିଜକୁ ଫିଟ୍ ରଖିବା ପାଇଁ ସେ ବେଳେବେଳେ ନୋଏଡ଼ା ଏବଂ ଦିଲ୍ଲୀରେ କ୍ରିକେଟ୍ ଖେଳିବା ପାଇଁ ଯାଉଥିଲେ । କିନ୍ତୁ ଏହି କ୍ରିକେଟ ପାଇଁ ହିଁ ଶେଷରେ ତାଙ୍କ ଜୀବନ ଗଲା ।
ଆମ ପ୍ରତ୍ୟେକ ଦିନର ଲାଇଫ ଷ୍ଟାଇଲ ପାଇଁ ହିଁ ଏଭଳି ହାର୍ଟ ଆଟାକ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ । ପୂର୍ବରୁ ହାର୍ଟ ଆଟାକ କେବଳ ବୟସ୍କ ଲୋକମାନଙ୍କୁ ହେଉଥିଲା କିନ୍ତୁ ବର୍ତ୍ତମାନ ଏହା ୩୦ ରୁ ୪୦ ବର୍ଷ ବୟସର ଯୁବପିଢ଼ିଙ୍କ ଠାରେ ମଧ୍ୟ ଦେଖାଯାଉଛି । ହାର୍ଟ ଆଟାକର ମୁଖ୍ୟ କାରଣ ହେଉଛି ତମାଖୁ ସେବନ, ହାଇ କୋଲେଷ୍ଟ୍ରଲ, ହାଇ ବ୍ଲଡ୍‌ ପ୍ରେସର୍‌ ଏବଂ ଡାଇବେଟିସ୍‌ । ନିଜ ଲାଇଫ୍‌ ଷ୍ଟାଇଲ ଠିକ୍‌ ରଖିଲେ ହିଁ ହାର୍ଟ ଆଟାକ ଭଳି ସମସ୍ୟାରୁ ବଞ୍ଚି ପାରିିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.