ଆସନ୍ତା ଫେବ୍ରୁଆରି ୪ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ

ଭୁବନେଶ୍ବର : ଆସନ୍ତା ଫେବ୍ରୁଆରି ୪ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ରହିଛି । ଫେବ୍ରୁଆରି ୭ ତାରିଖରେ ଗୃହରେ କାମଚଳା ବଜେଟ ଆସିବ । ଆଗକୁ ନିର୍ବାଚନ ଥିବାରୁ ୩ ମାସ ପାଇଁ କାମଚଳା ବଜେଟ ଆଗତ ହେବ । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏହାକୁ ଉପସ୍ଥାପନ କରିବେ । ଫେବ୍ରୁଆରି ୮ ଓ ୯ ଦୁଇ ଦିନ ଛୁଟି ରହିବ । ୧୨ ତାରିଖ ଯାଏ ଏହି ସ୍ୱଳ୍ପକାଳୀନ ଅଧିବେଶନ ଚାଲିବ । ପଞ୍ଚଦଶତମ ବିଧାନସଭାର ଏହି ଶେଷ ଅଧିବେଶନ ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସମନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.