ଜନତା ମୈଦାନରେ ଆରମ୍ଭ ହୋଇଛି ମତ୍ସ୍ୟ-ପ୍ରାଣୀ ସମାବେଶ, ମୁଖ୍ୟ ଆକର୍ଷଣ ପାଲଟିଛି ମଇଁଷି ‘ଯୁବରାଜ’

ବିଶ୍ବର ସବୁଠାରୁ ଶ୍ରେଷ୍ଠ ମଇଁଷି 'ଯୁବରାଜ' । ଦେଖିବାକୁ ଜମୁଛି ଲୋକଙ୍କ ଭିଡ଼ । ଭୁବନେଶ୍ବର ଜନତା ମୈଦାନରେ ଆରମ୍ଭ ହୋଇଥିବା ମତ୍ସ୍ୟପ୍ରାଣୀ ସମାବେଶକୁ ବୁଲିବାକୁ ଆସୁଥିବା ଲୋକମାନେ ଘଡ଼ିଏ ଅଟକି ଏହି ମଇଁଷିକୁ ଦେଖୁଛନ୍ତି । ଏହାର ଉଚ୍ଚତା ୫ଫୁଟ ୮ ଇଞ୍ଚ ରହିଥିବା ବେଳେ ଓଜନ ୧୫ ଶହ କେଜି ହେବ ।

ଭୁବନେଶ୍ୱର (କେନ୍ୟୁଜ): ବିଶ୍ବର ସବୁଠାରୁ ଶ୍ରେଷ୍ଠ ମଇଁଷି ‘ଯୁବରାଜ’ । ଦେଖିବାକୁ ଜମୁଛି ଲୋକଙ୍କ ଭିଡ଼ । ଭୁବନେଶ୍ବର ଜନତା ମୈଦାନରେ ଆରମ୍ଭ ହୋଇଥିବା ମତ୍ସ୍ୟପ୍ରାଣୀ ସମାବେଶକୁ ବୁଲିବାକୁ ଆସୁଥିବା ଲୋକମାନେ ଘଡ଼ିଏ ଅଟକି ଏହି ମଇଁଷିକୁ ଦେଖୁଛନ୍ତି । ମଇଁଷିଟି ହରିଆଣାର କୁରୁକ୍ଷେତ୍ର ଜିଲ୍ଲା ହାତୀୟାନରୁ ଆସିଛି । ଯୁବରାଜ ମୁରା ପ୍ରଜାତିର ମଇଁଷି । ଉଚ୍ଚତା ୫ଫୁଟ ୮ ଇଞ୍ଚ ରହିଥିବା ବେଳେ ଓଜନ ୧୫ ଶହ କେଜି ହେବ । ଏହି ପୋଢ଼ ପ୍ରତିଦିନ ୨୦ ଲିଟର କ୍ଷୀର ପିଇବା ସହ ୧୨କେଜି ପରିବା ଖାଉଛି। ମାଲିକ ପ୍ରତିଦିନ ଯୁବରାଜ ପିଛା ୬ରୁ ୮ ହଜାର ଟଙ୍କା ଖର୍ଚ୍ଚ କରନ୍ତି। ଦିନକୁ ୩ ଥର ଗାଧୋଉଥିବାବେଳେ ତା ଦେହରେ ସୋରିଷ ତେଲ ମାଲିସ କରାଯାଏ। ‘ଯୁବରାଜ’ର ବଜାରରେ ମୂଲ୍ୟ ପାଖାପାଖି ୯ କୋଟି ଟଙ୍କା ବୋଲି ଦାବି କରିଛନ୍ତି ମଇଁଷି ମାଲିକ ।

ତେବେ ଶୁକ୍ରବାରଠାରୁ ଜନତା ମଇଦାନରେ ଆରମ୍ଭ ହେଉଛି ପ୍ରଥମ ରାଜ୍ୟସ୍ତରୀୟ ମତ୍ସ୍ୟ- ପ୍ରାଣୀ ସମାବେଶ । ଯାହା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସମାବେଶ ବୁଲିବା ପାଇଁ କୌଣସି କଟକଣା ନାହିଁ । ଏଥିରେ ସମସ୍ତେ ବୁଲିପାରିବେ । ତେବେ ସମାବେଶର ମୁଖ୍ୟ ଆକର୍ଷଣ ହରିଆଣାର ମଇଁଷି ଷଣ୍ଢ ଯୁବରାଜ୍‌କୁ ନେଇ ଭୁବନେଶ୍ବରରେ ପହଞ୍ଚିଛନ୍ତି ମାଲିକ କର୍ମବୀର ସିଂ । ବର୍ଷକୁ ଯୁବରାଜ ଯୋଗୁଁ ମାଲିକ କର୍ମବୀର ୫୦ ଲକ୍ଷରୁ କୋଟିଏ ଟଙ୍କା ରୋଜଗାର କରିଥାନ୍ତି । ଯୁବରାଜ ବିଭିନ୍ନ ସ୍ଥାନରୁ ବିଶ୍ୱର ସର୍ବଶ୍ରେଷ୍ଠ ଷଣ୍ଡ ମାନ୍ୟତା ହାସଲ କରିଛନ୍ତି । ତାଙ୍କୁ କିଣିବା ପାଇଁ ୯ କୋଟି ଦର ହୋଇଥିଲେ ମଧ୍ୟ କର୍ମବୀର ନିଜ ସନ୍ତାନ ବୋଲି ବିବେଚନା କରୁଥିବାରୁ ତାଙ୍କୁ ବିକୁନଥିବା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.