ଆମପାଣି ଘାଟିରେ ଓଲଟିଲା ବସ୍, ୨ ଗୁରୁତର

ଧର୍ମଗଡ:ଘାଟିରେ ଓଲଟିଲା ବସ୍‌। ଆମପାଣି ଘାଟିରେ ବସ୍‌ ଓଲଟି ୨ ଗୁରୁତର। ଦିଲ୍‌ଖୁସ୍‌ ନାମକ ଏକ ଘରୋଇ ବସ୍‌ ଭୁନେଶ୍ୱରରୁ ମାଲକାନଗିରି ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଆମପାଣି ଘାଟି ପ୍ରଥମ ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ବସ୍‌ ହେଲପର ଓ ଜଣେ ଯାତ୍ରୀ ଆହତ ହୋଇଛନ୍ତି। ଖବର ପାଇ ଆମପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ ଗୁରୁତରଙ୍କୁ ଉଦ୍ଧାର କରି କୋକସରା ହସ୍‌ପିଟାଲର୍‌ ଭର୍ତ୍ତି କରାଇଛି। ବସ୍‌ରେ ୪୦ଜଣ ଯାତ୍ରୀ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.