ଭିଜିଲାନ୍ସ ଜାଲରେ ମୟୁରଭଞ୍ଜ ଜିଲ୍ଲାର ମତ୍ସ୍ୟ ଅଧିକାରୀ, ୧ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗିରଫ

ମୟୁରଭଞ୍ଜ: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଏକ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ନେଇ ମୟୁରଭଞ୍ଜ ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁରେନ୍ଦ୍ର ଘଡେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ମୟୁରଭଞ୍ଜ ଜିଲ୍ଲାର ମତ୍ସ୍ୟ ଚାଷୀ ଦୁର୍ଜତୀ ଦାସଙ୍କୁ ସବସିଡି ରିଲିଜ କରିବାକୁ ଲାଞ୍ଚ ନେଉଥିଲେ । ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସରକାରୀ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଚଢାଉ କରିଛି ବାରିପଦା, ବାଲେଶ୍ୱର ଓ କେନ୍ଦୁଝର ଭିଜିଲାନ୍ସ ୟୁନିଟ । ସରକାରୀ ଯୋଜନାରେ ଦୁର୍ଜତୀ ମତ୍ସ୍ୟ ଚାଷ କରିଥିଲେ ।

କରୋନା ମହାମାରୀ ପାଇଁ ସରକାର ମତ୍ସ୍ୟ ଚାଷ କ୍ଷେତ୍ରରେ ସ୍ୱତନ୍ତ୍ର ଭାବେ ସବସିଡି ଘୋଷଣା କରିଥିଲେ । ସେହି ସବସିଡି ଦେବାକୁ ଏକ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ମାଗି ବାରମ୍ବାର ହାଇରାଣ ଚାଷୀଙ୍କୁ ହରକତ କରୁଥିଲେ । ବାଧ୍ୟ ହୋଇ ଚାଷୀ ଭିଜିଲାନ୍ସଙ୍କ ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ ଗତକାଲି ଚାଷୀ ଦୁର୍ଜତୀ ଦାସଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ୍‌ କରିଛି । ଘଟଣାରେ ଭିଜିଲାନ୍ସ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.