ଟିଟିଲାଗଡ଼ରେ ଭାରସାମ୍ୟ ହରାଇ ଏକ ଢାବା ନିକଟରେ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌, ୫ ଆହତ

ଟିଟିଲାଗଡ଼: ଟିଟିଲାଗଡ଼ରେ ବସ୍‌ ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ ଢାବା ନିକଟରେ ଓଲଟି ପଡ଼ିଲା ଘରୋଇ ବସ୍‌ । ରଘୁନାଥ ଟ୍ରାଭେଲ୍ସ ନାମ ଘରୋଇ ବସ୍‌ଟି ସୁନାବେଢାରୁ ଭୁବନେଶ୍ୱର ଯାଉଥିଲା ।

ଦୁର୍ଘଟଣାରେ ୫ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି । ବସ୍‌ରେ ପ୍ରାୟ ୩୫ ଜଣ ଯାତ୍ରୀ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.