ଢେଙ୍କାନାଳ ସଦର ଉପକଣ୍ଠ ଆଦୃତା ଚିଲଡ୍ରେନ ହୋମ ନିକଟରେ ହାତୀ ଉପଦ୍ରବ, ଆତଙ୍କିତ ଅଞ୍ଚଳବାସୀ

ଢେଙ୍କାନାଳ : ଢେଙ୍କାନାଳ ସଦର ଉପକଣ୍ଠ ଆଦୃତା ଚିଲଡ୍ରେନ ହୋମ ନିକଟରେ ହାତୀ ଉପଦ୍ରବ । ହାତୀ ପଲ ଥିବାରୁ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗତକାଲି ଅପରାହ୍ନ ପ୍ରାୟ ଚାରିଟା ବେଳେ ବୋରାପଦା ସ୍ଥିତ ଆଦୃତା ଚିଲଡ୍ରେନ ହୋମ ନିକଟରେ ଗୋଟିଏ ହାତୀକୁ ଦେଖିବାକୁ ମିଳିଥିଲା ।

ଫଳରେ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଥିଲେ । ପରେ ବନ ବିଭାଗର କର୍ମଚାରୀ ପହଞ୍ଚି ହାତୀଙ୍କୁ ତଡିବା ପରେ ସେହି ରାସ୍ତା ଦେଇ ଯାନବାହାନ ଚଳାଚଳ ଆରମ୍ଭ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.