ମହଙ୍ଗା ପଡିଲା ହେଲ୍ପରଙ୍କୁ ଗାଡି ଚାଳନା, ଘାଟୀରୁ ଓହ୍ଲାଇବା ବେଳେ ଭାରସାମ୍ୟ ହରାଇ ଓଲଟିଲା ବସ୍

ଗଞ୍ଜାମ(କେ ନ୍ୟୁଜ): ଏକ ବଡଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଛି ଯାତ୍ରୀବାହୀ ବସ୍ । ଗଞ୍ଜାମ ଜିଲ୍ଲା ଜରଡା ଥାନା ବୁରାତାଲରୁ ଚିକିଟି ଅଭିମୁଖେ ଆସୁଥିବା ବସ୍ ବୁରାତାଲ ଘାଟୀରୁ ଓହ୍ଲାଇବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ସୌଭାଗ୍ଯକୁ ବସରେ ଜଣେ ହିଁ ମାତ୍ର ଯାତ୍ରୀ ବସିଥିଲେ । ସେ ସାମାନ୍ୟ ଆହତ ହୋଇଥିବା ବେଳେ ହେଲ୍ପର ଗୁରୁତର ଆହତ ହୋଇଛନ୍ତି ।

ତାଙ୍କୁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଚିକିଟିରୁ ବସ୍ ଯାଇ ବୁରାତାଲରେ ଗୋଟେ ରାତି ରହିଥିଲା । ସକାଳୁ ବସ୍ ପୂଜା କରି ହେଲ୍ ପର ଚଳାଉଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.