କ୍ୟାମେରାମ୍ୟାନ୍‌ ମାନସ ହତ୍ୟା ମାମଲା: ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ହେଲେ ଶର୍ମିଷ୍ଠାଙ୍କ ସମେତ ୮ ଅଭିଯୁକ୍ତ

ଚାନ୍ଦବାଲି(କେନ୍ୟୁଜ୍): କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲା। ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ହେଲେ ଶର୍ମିଷ୍ଠାଙ୍କ ସମେତ ଆଠ ଜଣ ଅଭିଯୁକ୍ତ। କଡା ସୁରକ୍ଷା ଭିତରେ ଭଦ୍ରକ ଜେଲ୍‌ରୁ ବାହାରି କୋର୍ଟ ଭ୍ୟାନ୍‌ରେ ଚାନ୍ଦବାଲି ସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟରେ ପହଁଞ୍ଚିଥିଲେ ଶର୍ମିଷ୍ଠା ରାଉତ।

ନିରଞ୍ଜନ ସେଠୀ, ରଞ୍ଜନ ନାୟକ , ଝୁନା ଭୋଇ ସମେତ ୮ ଜଣ ଅଭିଯୁକ୍ତ ହାଜର ହୋଇଥିଲେ। ପୋଲିସ କୋର୍ଟରେ କାଗଜ ପତ୍ର କାମ ସରିବା ପରେ କୋର୍ଟରେ ହାଜର ହୋଇଥିଲେ ସମସ୍ତ ଅଭିଯୁକ୍ତ। ବିଚାରପତିଙ୍କ ପାଖରେ ହାଜର ପରେ ସମସ୍ତ ଅଭିଯୁକ୍ତ ଭଦ୍ରକ ଜେଲ୍‌ ଫେରିଛନ୍ତି। ଆସନ୍ତା ମେ’ ମାସ ୨ ତାରିଖରେ ପୁଣି ଥରେ ସମସ୍ତ ଅଭିଯୁକ୍ତ JMFC କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

You might also like