ଅଡବା ପୋଲିସର ପୃଥକ ପୃଥକ ଚଢ଼ାଉ; ଗଞ୍ଜେଇ ଦେଶୀ ବନ୍ଧୁକ ଜବତ

ଗଜପତି ଆରକ୍ଷୀ ଅଧିକ୍ଷକ ସ୍ଵାତି. ଏସ୍ କୁମାରଙ୍କ ନିର୍ଦ୍ଦେଶକ୍ରମେ ଅଡବା ଥାନା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ଗଞ୍ଜେଇ ଏବଂ ତିନୋଟି ଦେଶୀ ବନ୍ଧୁକ ଜବତ କରାଯାଇଛି l ଶୁକ୍ରବାର ସକାଳ ସମୟରେ ଗୁଡ୍ରିପଙ୍କା ରେ ଚଢ଼ାଉ କରାଯାଇ ଚାଲାଣ ପାଇଁ ବ୍ୟାଗରେ ଭର୍ତ୍ତି କରାଯାଉଥିବା ୮ କୁଇଣ୍ଟାଲ ୧୯ କେଜି ଗଞ୍ଜେଇ ଜବତ କରାଯାଇଛି l

ମୋହନା : ଗଜପତି ଆରକ୍ଷୀ ଅଧିକ୍ଷକ ସ୍ଵାତି. ଏସ୍ କୁମାରଙ୍କ ନିର୍ଦ୍ଦେଶକ୍ରମେ ଅଡବା ଥାନା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ଗଞ୍ଜେଇ ଏବଂ ତିନୋଟି ଦେଶୀ ବନ୍ଧୁକ ଜବତ କରାଯାଇଛି l ଶୁକ୍ରବାର ସକାଳ ସମୟରେ ଗୁଡ୍ରିପଙ୍କା ରେ ଚଢ଼ାଉ କରାଯାଇ ଚାଲାଣ ପାଇଁ ବ୍ୟାଗରେ ଭର୍ତ୍ତି କରାଯାଉଥିବା ୮ କୁଇଣ୍ଟାଲ ୧୯ କେଜି ଗଞ୍ଜେଇ ଜବତ କରାଯାଇଛି l ୨୯ ଟି ବ୍ୟାଗ ରେ ଉକ୍ତ ଗଞ୍ଜେଇକୁ ବାହାରକୁ ଚାଲାଣ ପାଇଁ ପ୍ରସ୍ତୁତ କରାଯାଉଥିବା ପୋଲିସ ସୂଚନା ଦେଇଛି,ଜବତ ଗଞ୍ଜେଇର ମୂଲ୍ୟ ୪୦ ଲକ୍ଷରୁ ଊର୍ଦ୍ଧ ହେବ l

ପୋଲିସକୁ ଦେଖି ମାଫିଆ ମାନେ ଫେରାର୍ ହୋଇଯାଇଥିବା ଜଣାପଡିଛି l ସେହିଭଳି ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ପୋଲିସର ଏକ ଟିମ୍ ଥାନା ଅଞ୍ଚଳର ରାଜଖମା ଗ୍ରାମରେ ଚଢ଼ାଉ କରି ତିନୋଟି ଲାଇସେନ୍ସ ନଥିବା ଦେଶୀ ବନ୍ଧୁକ ଜବତ କରିଛି ଉକ୍ତ ବନ୍ଧୁକ ଗୁଡିକ ଭିନ୍ନ ଭିନ୍ନ ଘରୁ ଜବତ କରାଯାଇଥିବା ବେଳେ ସମ୍ପୃକ୍ତ ବ୍ୟକ୍ତି ମାନେ ଫେରାର୍ ଅଛନ୍ତି l ତେଵେ ବନ୍ଧୁକ ଗୁଡିକ ଶିକାର ଉଦ୍ଦେଶ୍ୟରେ ରଖାଯାଇଥିବା ପୋଲିସ ସୂଚନା ଦେଇଛି l ଅତିଶୀଘ୍ର ଘଟଣା ରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି l