ହୁତୁ ହୁତୁ ହୋଇ ଜଳିଲା କାର୍ : କଟକରୁ ଭୁବନେଶ୍ୱର ଯାଉଥିଲା ବେଳେ ମଧୁପାଟଣାରେ ଓଭର ବ୍ରିଜ୍‌ ଉପରେ ଅଘଟଣ

କଟକ(କେନ୍ଯୁଜ୍): ଚଳନ୍ତା କାର୍‌ରେ ନିଆଁ। କଟକରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ବେଳେ ମଧୁପାଟଣାରେ ଓଭର ବ୍ରିଜ୍‌ ଉପରେ ହୁତୁ ହୁତୁ ହୋଇ କାର୍‌ଟି ଜଳିଯାଇଥିଲା। କାର୍‌ ଭିତରେ ଦୁଇ ଜଣ ବସିଥିଲେ। ତେବେ କେହି ଆହତ ହୋଇ ନଥିବା ସୂଚନା ମିଳିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ତେବେ ନିଆଁ କିଭଳି ଲାଗିଲା ସେନେଇ ସୂଚନା ମିଳିନି।